Breaking:ମହାବିଦ୍ୟାଳୟରୁ ପ୍ରଶ୍ନପତ୍ର ଲିକ୍ ଘଟଣା, ୫ ଜଣଙ୍କୁ ଅଟକ ରଖିଛି ପୋଲିସ

ଏତଲା ଆଧାରରେ ୫ ଜଣଙ୍କୁ ଅଟକ ରିଖିଛି ବରପାଲି ଥାନା ପୋଲିସ। ଅଟକ ରଖି ପଚରାଉଚରା କରୁଥିବା ସୂଚନା। ମହାବିଦ୍ୟାଳୟର ୩ୟ ସେମିଷ୍ଟାର ବେଳେ ହୋଇଥିଲା ଲିକ୍।

ବରଗଡ଼: ପ୍ରଶ୍ନପତ୍ର ଲିକ୍ ଘଟଣାରେ ୫ଜଣଙ୍କୁ ଅଟକ ରଖିଛି ପୋଲିସ। ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ଏତଲା ଆଧାରରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ରଖି ପଚରାଉଚରା କରୁଛି ବରପାଲି ପୋଲିସ।

୩ୟ ସେମିଷ୍ଟାର ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏପରିକି ବରପାଲି ମହାବିଦ୍ୟାଳୟରେ ପରୀକ୍ଷାବେଳେ କିଛି ବିଦ୍ୟାର୍ଥୀ ଧରାପଡ଼ିଥିଲେ। ପରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ବରପାଲି ଥାନାରେ ଏତଲା ଦେଇଥିଲେ ମହାବିଦ୍ୟାଳୟର ପ୍ରିନ୍ସପାଲ।

ପରେ ଏବେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୫ଜଣଙ୍କୁ ଅଟକ ରଖିଛି ବରଗଡ଼ ବରପାଲି ଥାନା ପୋଲିସ। ଏଟକ ହୋଇଥିବା ୫ ଜଣଙ୍କୁ ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।