fbpx

+୨ ପରୀକ୍ଷା ପାଇଁ ବଦଳିଲା Question Pattern; ୨୦୨୫ରେ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ପ୍ରତି ହେବ ଲାଗୁ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) +୨ ପରୀକ୍ଷା ପାଇଁ ବଦଳିଲା କୋଶ୍ଚିନ ପ୍ୟାଟର୍ଣ୍ଣ । ୨୦୨୫ ବାର୍ଷିକ +୨ ପରୀକ୍ଷା ପାଇଁ ବଦଳିଲା କୋଶ୍ଚିନ ପ୍ୟାଟର୍ଣ୍ଣ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା କୋଶ୍ଚିନ ପ୍ୟାଟର୍ଣ୍ଣ ବଦଳିଲା । ୨୦୨୩ରେ ରେଜିଷ୍ଟ୍ରୀ କରିଥିବା ଓ ୨୦୨୫ରେ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ପ୍ରତି ଲାଗୁ ହେବ । ପିଲାଙ୍କୁ ୮୦+୨୦ ଅନୁପାତରେ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ ।

ନନ୍‌ପ୍ରାକ୍ଟିକାଲ ବିଷୟରେ ୮୦ ମାର୍କ ଥିଓରୀ, ୨୦ ମାର୍କର ଇଣ୍ଟରନାଲ୍‌ ପରୀକ୍ଷା ରହିବ । ନନ୍‌ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଫୁଲ୍‌ମାର୍କ ୮୦ ହୋଇଥିବା ବେଳେ, ପାସ୍‌ ମାର୍କ ୨୪ ରହିଛି । ଚଳିତ ବର୍ଷ ଧନ୍ଦାମୂଳକ ବିଭାଗ ସମେତ କଳା/ବିଜ୍ଞାନ/ବାଣିଜ୍ୟ ପରୀକ୍ଷା ଫେବ୍ରୁଆରି ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦, ୨୦୨୪ରେ ଶେଷ ହୋଇଥିଲା । ସେହିଭଳି ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ରୁ ଜାନୁଆରୀ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.