fbpx

ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ପହଞ୍ଚିଲେ ଆର ଅଶ୍ୱିନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଆର ଅଶ୍ୱିନ ପୁଣି ଥରେ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଅଶ୍ୱିନ ନିଜ ୧୦୦ ତମ ଟେଷ୍ଟ ମ୍ୟାଚରେ ୯ ୱିକେଟ୍ ନେଇ ଶୀର୍ଷ ଟେଷ୍ଟ ବୋଲର ହୋଇଛନ୍ତି ।

ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୪ ଟି ଓ ଦ୍ୱିତୀୟ ଇନିଂସରେ ୫ ଟି ୱିକେଟ ନେଇଥିଲେ । ଏହି ପ୍ରଦର୍ଶନ ଯୋଗୁଁ ଅଶ୍ୱିନ ଏବେ ନିଜ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅଶ୍ୱିନ ହେଉଛନ୍ତି ୧୪ ତମ ଭାରତୀୟ କ୍ରିକେଟର ଯିଏ କି ନିଜର ୧୦୦ ତମ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ।

ଆଇସିସିର ରିପୋର୍ଟ ଅନୁଯାୟୀ ଅଶ୍ୱିନ ଷଷ୍ଠ ଥର ପାଇଁ ଏକ ନମ୍ବର ଟେଷ୍ଟ ବୋଲର ହୋଇଛନ୍ତି । ୨୦୧୫ ମସିହାରେ ପ୍ରଥମ ଥର ପାଇଁ ସେ ଏହି ସ୍ଥାନ ହାସଲ କରିଥିଲେ ।

 

 

Get real time updates directly on you device, subscribe now.