fbpx

(Video) କାର୍ ଦୁର୍ଘଟଣାରେ ଚାଲିଗଲେ ରେସର କେ.ଇ କୁମାର: ନ୍ୟାସନାଲ ଚାମ୍ପିୟନସିପରେ କରିଥିଲେ ଅଂଶଗ୍ରହଣ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କ କାର ଦୁର୍ଘଟଣା ମନରୁ ନ ଲିଭୁଣୁ ପୁଣି ଘଟିଛି ଆଉ ଏକ ବଡ଼ ଦୁର୍ଘଟଣା । ତେବେ ପନ୍ତ ଏତେବଡ଼ ଦୁର୍ଘଟଣାରୁ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିବା ବେଳେ ଆଜିର ଦୁର୍ଘଟଣାରେ ଜଣେ ଭାରତୀୟ ଖେଳାଳି ମୃତ୍ୟୁବରଣ କରିଛନ୍ତି । ୫୫ ବର୍ଷରେ ଆରପାରିକୁ ଚାଲିଯାଇଛନ୍ତି ରେସର କେ.ଇ କୁମାର । ଏହି ଖବର ଶୁଣିବା ପରେ କ୍ରୀଡ଼ା ଜଗତରେ ଶୋକର ଲହରୀ ଖେଳିଯାଇଛି ।

ଭାରତର ଜଣେ ଜଣାଶୁଣା ରେସର ଭାବେ ପରିଚିତ ଥିଲେ କୁମାର । ଏମଆରଏଫ ଏମଏମଏସସି ଏଏଫଏମଏସସିଆଈ ଭାରତୀୟ ଜାତୀୟ କାର ରେସିଂ ଚାମ୍ପିୟନସିପର ଦ୍ୱିତୀୟ ରାଉଣ୍ଡ ସମୟରେ ତାଙ୍କର ଦୁର୍ଘଟଣା ଘଟିଥିଲା । ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେ କୁମାରଙ୍କ ସଲୋନ କାର ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ କାରକୁ ଧକ୍କା ମାରିଥିଲା । ଫଳରେ ତାଙ୍କର କାର ଟ୍ରାକରୁ ବାହାରିଯାଇ କିଛି ଗଛ ସହିତ ମାଡ଼ ହୋଇ ଓଲଟି ପଡ଼ିଥିଲା ।

ତେବେ କାର ରେସିଂ ବେଳେ ଘଟିଥିବା ଦୁର୍ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓ ସହିତ କୁମାରଙ୍କର ସମ୍ପର୍କ ରହିଥିବା କୁହାଯାଉଛି । ଭିଡିଓରେ କୁମାରଙ୍କ ଧଳା ରଙ୍ଗାର କାର ଅନ୍ୟ କାରକୁ ଧକ୍କା ଦେଇ ଟ୍ରାକ ବାହାରକୁ ଚାଲିଯାଉଥିବା ଦେଖାଯାଇଥିଲା । ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ରେସିଂକୁ ସ୍ଥଗିତ ରଖାଯାଇ କୁମାରଙ୍କ କାରକୁ ମାଟିରୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ପରେ ସଙ୍ଗେସଙ୍ଗେ କୁମାରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ହେଁ ତାଙ୍କୁ ଡାକ୍ତର ବଞ୍ଚାଇ ପାରିନଥିଲେ ।

Get real time updates directly on you device, subscribe now.