fbpx

ରେଡିଓଗ୍ରାଫର-୨୦୨୩ ନିଯୁକ୍ତିର ରେଜଲ୍ଟ ଜାରି କଲା OSSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରେଡିଓଗ୍ରାଫର-୨୦୨୩ ନିଯୁକ୍ତିର ଫଳାଫଳ ଘୋଷଣା କରାଯାଇଛି । ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଏହି ପଦ ପାଇଁ ଚୟନ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କର ଏକ ଲିଷ୍ଟ ବିଭିନ୍ନ ଜିଲ୍ଲା ଅନୁସାରେ ୱେବସାଇଟରେ ଜାରି କରାଯାଇଛି । ପ୍ରାର୍ଥୀମାନେ ୱେବସାଇଟକୁ ନିଜ ନିଜର ଫଳ ଚେକ୍ କରିପାରିବେ । ଚୟନ ହୋଇଥିବା ପ୍ରାର୍ଥୀମାନେ ରୋଲ ନମ୍ବର ଦେଖି ନିଜର ରେଜଲ୍ଟ ଜାଣି ପାରିବେ । ନିଜ ନିଜର ୟୁଜର ଆଇଡି ଓ ପାସୱାର୍ଡ ଦେଇ ପ୍ରାର୍ଥୀମାନେ ରେଜଲ୍ଟ ଜାଣି ପାରିବେ । ଏହି ତଥ୍ୟ ଆଗାମୀ ୨ ମାସ ପର୍ଯ୍ୟନ୍ତ ପୋର୍ଟାଲରେ ଉପଲବ୍ଧ ରହିବ ।

Get real time updates directly on you device, subscribe now.