fbpx

ଆଇପିଏଲ ଇତିହାସରେ ମୁମ୍ବାଇର ସବୁଠୁ ଖରାପ ପ୍ରଦର୍ଶନ, ପ୍ରଥମ ଥର ପାଇଁ ପ୍ରାରମ୍ଭିକ ୬ ମ୍ୟାଚ୍ ରେ ପରାଜିତ

ଚଳିତ ଆଇପିଏଲରେ ମୁମ୍ବାଇ ଏହାର ପ୍ରଥମ ୬ ମ୍ୟାଚ୍ ରେ ପରାଜୟର ସାମ୍ନା କରିଛି । ଆଜି ଲକ୍ଷ୍ନୌ ସୁପର୍ ଜିଆଣ୍ଟ ବିଜୟ ସହିତ ୬ ମ୍ୟଚ୍ ରୁ ଚାରୁି ମ୍ୟାଚ୍ ରେ ବିଜୟ ହାସଲ କରି ସାରିଛି । ଦଳ ଏବେ ୮ ପଏଣ୍ଟ ସହିତ ଗୁଜୁରାଟ ଟାଇଟାନ୍ସ ସହିତ ମିଳିତ ପଏଣ୍ଟ ଟେବୁଲର ଟପରେ ରହିଛି । ଏହି ମ୍ୟାଚ୍ ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ।

ଲକ୍ଷ୍ନୌ ସୁପର୍ ଜିଆଣ୍ଟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଚାରି ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ୯ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରି ପାରିଥିଲା । ମୁମ୍ବାଇ ପାଇଁ ସୁର୍ଯ୍ୟକୁମାର ଯାଦବ ୨୭ ବଲରୁ ସର୍ବାଧିକ ୩୭ ରନ ସଂଗ୍ରହ କରିଥିଲେ ।

ମୁମ୍ବାଇକୁ ଶେଷ ଦୁଇ ଓଭରରେ ୪୩ ରନ୍ ଆବଶ୍ୟକ ଥିଲା । ୧୯ ତମ ଓଭରରେ ଜାସନ ହୋଲ୍ଡର ବୋଲିଂ କରିଥିଲେ, ଏହି ଓଭରରୁ ମୁମ୍ବାଇ ୧୭ ବନାଇ ପାରିଥିଲା । ଶେଷ ଓଭରରେ ଦଳ୨୬ ରନ୍ ଆବଶ୍ୟକ କରୁଥିବା ବେଳେ ପ୍ରଥମ ବଲରେ ଜୟଦେବ ଉନାଦକଟ ରନ୍ ଆଉଟ ହୋଇଥିଲେ । ଏହା ପର ବଲରେ ବ୍ୟାଟିଂ କରିବାକୁ ଆସିଥିବା ମୁରୁଗାନ ଅଶ୍ୱିନୀ ପ୍ରଥମ ବଲରେ ଛକା ମାରିଥିଲେ । ପର ବଲ୍ ରେ ସେ ରନ୍ ଆଉଟ ହୋଇଯାଇଥିଲେ । ଚାମୀରାଙ୍କ ପଞ୍ଚମ ବଲରେ ପୋଲର୍ଡ ବାଉଣ୍ଡାରୀରେ ଷ୍ଟୋଇନିସଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ ।

ଏହା ମୁମ୍ବାଇର ଚଳିତ ସିଜନରେ ଷଷ୍ଠ ପରାଜୟ । ଆଇପିଏଲ ଇତିହାସରେ ମୁମ୍ବାଇ ପ୍ରଥମ ଥର ପାଇଁ ଆରମ୍ଭରୁ ଲଗାତାର ପ୍ରଥମ ୬ ମ୍ୟାଚ୍ ରେ ପରାଜୟର ସାମ୍ନା କରିଛି । ଏହା ପୁର୍ବରୁ ଦଳ ୨୦୧୪ରେ ଲଗାତାର ପାଞ୍ଚ ମ୍ୟାଚ୍ ରେ ପରାଜିତ ହୋଇଥିଲା । ଏହି ପରାଜୟ ସହିତ ଦଳକୁ ପ୍ଲେଅଫ ରାସ୍ତା କଠିନ ହୋଇଯାଇଛି । ଏବେ ଦଳକୁ ସମସ୍ତ ମ୍ୟାଚ୍ ଜିତିବାକୁ ହେବ । ଏହା ସହିତ ଅନ୍ୟ ଦଳମାନଙ୍କର ପ୍ରଦର୍ଶନ ଉପରେ ମଧ୍ୟ ଦଳର ପ୍ଲେଅଫ ଟିକେଟ ନିର୍ଭର କରିବ ।

 

Get real time updates directly on you device, subscribe now.