fbpx

ଭାରତରେ ମୋଦୀଙ୍କୁ ଆଉ କେହି ଡରୁ ନାହାନ୍ତି, ଆମେରିକାରେ ଟାର୍ଗେଟ କଲେ ରାହୁଲ

Rahul Gandhi America Visit he target to modi goverment in texas

ନୂଆଦିଲ୍ଲୀ : 3ଦିନିଆ ଆମେରିକା ଗସ୍ତରେ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତାଙ୍କୁ ଡଲାସରେ ଭବ୍ୟ ସ୍ବାଗତ କରାଯାଇଥିବା ନେଇ ନିଜ ଏକ୍ସ ଆକାଉଣ୍ଚରେ ପୋଷ୍ଟ କରିଛନ୍ତି ରାହୁଲ । ତେବେ ରବିବାର ଟେକ୍ସାସ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତଙ୍କ ସହିତ ଆଲୋଚନା କରିବା ସହିତ ଅନେକ ଟେକ୍ନୋକ୍ରାଟଙ୍କୁ ମଧ୍ୟ ଭେଟିଥିଲେ । ତେବେ ଟେକ୍ସାସର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ସେ ବିଜେପି ସରକାର ଉପରେ ବର୍ଷିଥିଲେ । ରାହୁଲ କହିଛନ୍ତି, ଆରଏସଏସ ବିଶ୍ବାସ କରେ ଯେ ଭାରତ ଏକ ନୂଆ ବିଚାର । କିନ୍ତୁ କଂଗ୍ରେସ ବିଶ୍ବାସ କରେ ଯେ, ଭାରତ ବିଚାରର ବହୁଳତା ଅଟେ । ଆମେ ଭାବୁଛୁ ସମସ୍ତ ଭାରତୀୟଙ୍କୁ ସ୍ବପ୍ନ ଦେଖିବା ପାଇଁ ଅନୁମତି ଦେବା ଉଚିତ । ସେମାନଙ୍କର ଜାତି, ଭାଷା, ଧର୍ମ, ପରମ୍ପରା କିମ୍ବା ଇତିହାସ ନିର୍ବିଶେଷରେ ସେମାନଙ୍କୁ ଏକ ସ୍ଥାନ ଦିଆଯିବା ଉଚିତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷର ଲୋକସଭା ନିର୍ବାଚନରେ ଜନସାଧାରଣ ସବୁକିଛି ଜାଣି ସାରିଛନ୍ତି । ପ୍ରଧାମନ୍ତ୍ରୀ ଦେଶର ସମ୍ବିଧାନ ଉପରେ ଆଟାକ କରୁଛନ୍ତି ତାହା ଲୋକେ ଅବଗତ ରହିଛନ୍ତି । ଆଧୁନିକ ଭାରତର ମୂଳଦୁଆ ହେଉଛି ସମ୍ବିଧାନ । ନିର୍ବାଚନରେ ​​ଲୋକମାନେ ତାହା ସ୍ପଷ୍ଟ ଭାବରେ ବୁଝି ପାରିଥିଲେ । ମୋଦୀ ସରକାର ଆମ ଭାଷା, ରାଜ୍ୟ ଏବଂ ଇତିହାସ ଉପରେ ହମଲା କରୁଛନ୍ତି । ସେ ଆମର ଧାର୍ମିକ ପରମ୍ପରା ଉପରେ ଆକ୍ରମଣ କରୁଛନ୍ତି । ବର୍ତ୍ତମାନେ ଭାରତରେ ଆଉ କେହି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡରୁ ନାହାନ୍ତି ।

Get real time updates directly on you device, subscribe now.