fbpx

ଜରୁରୀକାଳୀନ ପରିସ୍ଥିତି ଉପରେ ଓମ୍ ବିର୍ଲାଙ୍କ ବୟାନକୁ ନେଇ ରାହୁଲ ଖପା; କହିଲେ- ‘ବାଚସ୍ପତି ଏପରି…’

Advertisement

ନୂଆଦିଲ୍ଲୀ: ନବନିର୍ବାଚିତ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବୁଧବାର ଜରୁରୀକାଳୀନ ପରିସ୍ଥିତିକୁ ନିନ୍ଦା କରି ସଂକଳ୍ପ ପାଠ କରିଥିଲେ । ଏହି ସମୟରେ ସେ ଜରୁରୀକାଳୀନ ପରିସ୍ଥିତିକୁ ତୀବ୍ର ନିନ୍ଦା କରିବା ସହ ଏହାକୁ ଦେଶର ଇତିହାସରେ ଏକ କଳା ଅଧ୍ୟାୟ ବୋଲି ବର୍ଣ୍ଣନା କରିଥିଲେ । ସେପଟେ ଲୋକସଭା ବାଚସ୍ପତିଙ୍କ ସମ୍ମୁଖରେ ଜରୁରୀକାଳୀନ ପରିସ୍ଥିତି ପ୍ରସ୍ତାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାହୁଲ ଗାନ୍ଧୀ ।

ଲୋକସଭା ବାଚସ୍ପତିଙ୍କ ସମ୍ମୁଖରେ ଜରୁରୀକାଳୀନ ପରିସ୍ଥିତିକୁ ନିନ୍ଦା କରିବା ପ୍ରସ୍ତାବକୁ ନେଇ ରାହୁଲ ଗାନ୍ଧୀ ଅସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି ଯେ ବାଚସ୍ପତି ଏଭଳି ରାଜନୈତିକ ସଂକଳ୍ପ ଆଣିବା ଉଚିତ୍ ନୁହେଁ । ଏବଂ ଏହାକୁ ଏଡ଼ାଇବା ଉଚିତ୍ ଥିଲା । ମିଳିଥିବା ସୂଚନା ଅନୁଯାୟୀ, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଯାହା ଗତକାଲି ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ଜରୁରୀକାଳୀନ ପ୍ରସ୍ତାବକୁ ନେଇ ବିରୋଧୀ ମାନେ କ୍ଷୁବ୍ଧ ହୋଇଥିଲେ ।

ଜରୁରୀକାଳୀନ ପରିସ୍ଥିତି ପ୍ରସ୍ତାବ ଉପରେ କଂଗ୍ରେସ ଅଦ୍ଧକ୍ଷ କେ. ସି. ବେଣୁଗେପାଳ ବି ଆପତି ଆଣିଛନ୍ତି । ସେ କହିଛନ୍ତି ଯେ ଏହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ, କେଉଁ ପ୍ରକାରରେ ଅଦ୍ଧକ୍ଷ ଏପରି ଜରୁରୀକାଳୀନ ପରିସ୍ଥିତି ଆଣିଲେ । ସରକାର ଜାଣିଶୁଣି ଆଜିଦିନଟିକୁ ବାଛିଛନ୍ତି । ଆଜି ସଦନରେ ଏକ ଭଲ ମାହୋଲ ଥିଲା । ଆଜି ସ୍ପିକରଙ୍କୁ ନେଇ ନିର୍ବାଚନ ହେବା । ବିଜେପି ତଥା କେନ୍ଦ୍ର ସରକାର ସେହି ପରିସ୍ଥିତିକୁ ବାଗାଡ଼ିବାକୁ ଚାହୁଁଥିଲେ ।

Get real time updates directly on you device, subscribe now.