fbpx

Breaking: ଆଜି ପୁଣି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ସେ ଏଥର ରାୟବରେଲୀରୁ ଲଢିପାରନ୍ତି!

ଭୁବନେଶ୍ୱର: ଆଜି ପୁଣି ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ । ଆଜି ସେ ରାୟଗଡ଼ାରେ ପ୍ରଚାର କରିବେ । ତେବେ ଓଡ଼ିଶାରେ ରାହୁଲ ଗାନ୍ଧୀ ମଧ୍ୟାହ୍ନ ୧୨ଟାରେ ଆସି ପହଁଚିବେ । ସେ ରାଉରକେଲାର ଜିଆଇଏସିଆର କଲେଜ ପଡିଆରେ ସମାବେଶକୁ ସମ୍ଭୋଧନ କରିବେ । ଏହା ପୂର୍ବରୁ ରାହୁଲ ଗାନ୍ଧୀ ରବିବାର ଦିନ ସାଲେପୁର ସମାବେଶରେ ଯୋଗ ଦେଇଥିଲେ ।

ତେବେ ଆଜି ନାମାଙ୍କନର ଶେଷ ତାରିଖ ହେଲେ ସୁଧା ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ । ଉତ୍ତର ପ୍ରଦେଶର ରାୟବରେଲୀ ଓ ଆମେଥିକୁ ନେଇ ସସପେନ୍ସ ରହିଛି । ତେବେ ଆମେଥିରୁ ହାରିଥିବା ରାହୁଲ ରାୟବରେଲୀରୁ ପ୍ରାର୍ଥୀ ହେବା ସମ୍ଭାବନା ରହିଛି । ପ୍ରିୟଙ୍କା ଗାନ୍ଧୀ ଏଥର ନିର୍ବାଚନ ଲଢିବା ସମ୍ଭାବନା ନଥିବା ବୋଲି ସୂଚନା ମିଳିଛି । ଆମେଥିରୁ କେଏଲ ଶର୍ମା କଂଗ୍ରେସ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡିଛି ।

Get real time updates directly on you device, subscribe now.