(Video) ରାହୁଲଙ୍କର କଫି ପ୍ରେମ..ଦୋକାନକୁ ଗଲେ, ଆଇସକ୍ରିମ ପକାଇ ହସିହସି ତିଆରି କଲେ କୋଲ୍ଡ କଫି
ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର ପଟେଲ ନଗରରେ ଥିବା ଏକ ଦୋକାନକୁ ଗଲେ ରାହୁଲ । ସେଠାରେ ତିଆରି କଲେ କୋରଲ୍ଡ କଫି ।
ନୂଆଦିଲ୍ଲୀ: ଆଇସକ୍ରିମ ଦୋକାନକୁ ଗଲେ ଆଉ କୋଲ୍ଡ କଫି ବନାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାହୁଲ ନିଜେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ସୂଚନା ଅନୁସାରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର ପଟେଲ ନଗରର ଏକ ଆଇସକ୍ରିମ ଦୋକାନକୁ ଯାଇଥିଲେ । ପ୍ରଥମେ ସୁଖଦୁଃଖ ପଚାରିବା ପରେ ଦୋକାନ ଭିତରେ ବୁଲି ଦେଖିଥିଲେ ।
ମଜା ନେଇ କଫି ତିଆରି କଲେ ରାହୁଲ: କାଭେଣ୍ଟର୍ସ ବ୍ରାଣ୍ଡର ଆଉଟଲେଟରେ ନିଜେ କୋଲ୍ଡ କଫି ତିଆରି କଲେ । ସେଫମାନଙ୍କର ପରାମର୍ଶ ନେଇ ରାହୁଲ ସବୁ ଜିନିଷ ପକାଇ କୋଲ୍ଡ କଫି ତିଆରି କରୁଥିବା ଦେଖାଯାଇଛି । ରାହୁଲ ଏହାର ଭିଡିଓ ସେୟାର କରିଛନ୍ତି ।
ତେବେ ଭିଡିଓ ପୋଷ୍ଟ କରି ରାହୁଲ ଲେଖିଛନ୍ତି, ନୂଆ ପିଢି ଏବଂ ନୂଆ ବଜାର ପାଇଁ ଲିଗାସି ବ୍ରାଣ୍ଡକୁ କିପରି ବଦଳାଇପାରିବେ, ତାହା ମୋତେ ଏଠାକାର ପ୍ରତିଷ୍ଠାତାମାନେ ଶିଖାଇଛନ୍ତି ।
ଏହାପର ସେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଆମେ ଦେଶକ ବ୍ୟାଙ୍କ କେବଳ ଧନୀ ଏବଂ ବଡ ବ୍ୟବସାୟୀଙ୍କୁ ଋଣ ଦେଉଛନ୍ତି । କିନ୍ତୁ ଛୋଟ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ଋଣ ଦେଉନାହାନ୍ତି ।
How do you shake up a legacy brand for a new generation and a new market?
The young founders of Keventers shared some valuable insights with me recently.
Play-fair businesses like Keventers have driven our economic growth for generations. We must do more to support them. pic.twitter.com/LSdiP8A9bQ
— Rahul Gandhi (@RahulGandhi) January 9, 2025