fbpx

ରାହୁଲ ଗାନ୍ଧୀ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ଆବଶ୍ୟକ: ବିଜେପି

ମଧ୍ୟପ୍ରଦେଶ: ଭାରତ ଯୋଡ଼ ଯାତ୍ରାରେ ବାହାରିଲେ ରାହୁଲ ଗାନ୍ଧୀ, ଆଜି ଉଜ୍ଜୟିନୀର ମହାକାଳଙ୍କୁ ଦର୍ଶନ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ମହାକାଳ ଦର୍ଶନକୁ ନେଇ ଏବେ ରାଜନୀତି ମୁଣ୍ଡ ଟେକିଛି । ବିଜେପି ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଆପଣଙ୍କୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପଢିବା ଏବଂ ଶୁଣାଇବା ଆବଶ୍ୟକ । ଏହାର ପ୍ରତି ଉତ୍ତର ଦେଇ ରାହୁଲ କହିଛନ୍ତି, ଏଥିରେ ବିଜେପି ୨୦୨୩ରେ ନିଜ ହାରିବା ପ୍ରକାଶ କରୁଛି, ସେଥିପାଇଁ ଆମ ପଦଯାତ୍ରାରେ ପ୍ରତିବନ୍ଧ ସୃଷ୍ଟି କରୁଛି ।

ସୂଚନା ଅନୁଯାୟୀ ଆଜି ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ପାଇଁ ମଧ୍ୟପ୍ରଦେଶରେ ପହଁଚିଛନ୍ତି । ସେଠାରେ ସେ ଉଜ୍ଜୟିନୀର ମହାକାଳ ମନ୍ଦିର ଦର୍ଶନ କରିଛନ୍ତି । ଏହି ପରିସ୍ଥିତିରେ ଭାରତୀୟ ଜନତା ପାର୍ଟୀ, ରାହୁଲ ଗାନ୍ଧୀଙ୍କୁ ନିର୍ବାଚନୀ ହିନ୍ଦୁ କହିଛନ୍ତି, ତେଣୁ ନିର୍ବାଚନ ପାଇଁ ସେ ମହାକାଳଙ୍କ ଦ୍ୱାରରେ ପହଁଚିଛନ୍ତି । ବିଜେପି ପ୍ରବକ୍ତା ରାଜପାଳ ସିଂହ ସିସୋଦିୟା ମିଡିଆ କ୍ୟାମେରା ସାମ୍ନାରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ବୋଲି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଯଦି ପ୍ରକୃତ ଶିବ ଭକ୍ତ ତେବେ ସେ ଏହି ମନ୍ତ୍ର ପାଠ କରି ଶୁଣାନ୍ତୁ ।

ଏନେଇ କଂଗ୍ରେସ ପ୍ରତିଉତ୍ତର ଦେଇ କହିଛନ୍ତି ଯେ, ବିଜେପି ନେତାଙ୍କ ପରି ରାହୁଲ ଗାନ୍ଧୀ ଫଟୋ ସେସନ କରିବାକୁ ଆସି ନାହାନ୍ତି । ସେ ମହାକାଳଙ୍କ ଭକ୍ତ ଏବଂ ସେ ମହାକାଳଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି । ବିଜେପି ନ କହୁ କି, ମହାକାଳଙ୍କୁ କେମିତି ଭକ୍ତି କରାଯାଏ । କଂଗ୍ରେସ ପ୍ରବକ୍ତା ମିଥୁନ ଅହିରବାର କହିଛନ୍ତି ଯେ, ୨୦୨୩ରେ ବିଜେପି ନିଜର ହାରିବା ପ୍ରକାଶ କରୁଛି , ସେଥିପାଇଁ ରାହୁଲ ଗାନ୍ଧୀଙ୍କ ପଦଯାତ୍ରାରେ ବାଧା ସୃଷ୍ଟି କରୁଛି ।

Get real time updates directly on you device, subscribe now.