fbpx

ରାହୁଲ ଗାନ୍ଧୀ ସ୍ପଷ୍ଟ କରନ୍ତୁ ତାଙ୍କର ଲଢେଇ BJP ସହିତ ନାଁ ଦେଶ ସହିତ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ରାହୁଲ ଗାନ୍ଧୀ ନିଜର ବୟାନ ପାଇଁ ବିବାଦରେ ରହୁଛନ୍ତି। ବର୍ତ୍ତମାନ ସେ ଆମେରିକା ଗସ୍ତରେ ଥବା ବେଳେ ସେଠାରୁ ମୋଦୀ ସରକାରଙ୍କ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି। ଏହାରି ମଧ୍ୟରେ ଆମେରିକାରେ ମୁସଲିମ ଲିଗ୍ ଉପରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଯୋଗୁଁ ଦେଶରେ ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ମୁସଲିମ ଲିଗକୁ ସଂପୂର୍ଣ୍ଣ ଧର୍ମନିରପେକ୍ଷ ଦଳ ବୋଲି ବର୍ଣ୍ଣନା କରିଛନ୍ତି। ଏ ସମ୍ପର୍କରେ ବିଜେପି ନେତା ଓ କେନ୍ଦ୍ର ମନ୍ତ୍ରୀମାନେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବିରୋଧରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସ୍ପଷ୍ଟ କରିବା ଉଚିତ ଯେ ସେମାନଙ୍କ ଲଢେଇ ବିଜେପି ସହ ନା ଭାରତ ସହ? ରାହୁଲ ଗାନ୍ଧୀ ଦେଶ ବାହାରେ ଦେଶକୁ ଅପମାନିତ କରିବା ଏକ ଅଭ୍ୟାସରେ ପରିଣତ ହୋଇଛି ବୋଲ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଯେତେବେଳେ ଭାରତର ବିଶ୍ୱସନୀୟତା ସମଗ୍ର ବିଶ୍ୱରେ ନୂତନ ଉଚ୍ଚତାକୁ ଛୁଇଁଛି, ସେତେବେଳେ ବିଶ୍ୱ ଆଶା ସହିତ ଭାରତ ଆଡକୁ ଚାହୁଁଛି, ଏପରି ସମୟରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଭାରତକୁ ବିଦେଶୀ ମାଟିଠାରୁ କମ୍ ବୋଲି ଦର୍ଶାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ପ୍ରଧାନ ଆହୁରି କହିଛନ୍ତି, “ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସ୍ପଷ୍ଟ କରିବା ଉଚିତ୍ ଯେ ସେମାନଙ୍କର ଲଢେଇ ବିଜେପି ସହିତ ଅଛି କି ଭାରତ ସହିତ? ଯଦି କଂଗ୍ରେସର ଲଢେଇ ବିଜେପି ସହିତ ଅଛି, ତେବେ ଦେଶ ଭିତରେ ଥିବା ଫୋରମ୍ ରେ ଲଢ଼ିବା ଉଚିତ୍। ଏବଂ ସେ ବିଦେଶରୁ ଭାରତକୁ ଅପମାନ ବନ୍ଦ କରବା ଉଚିତ। ତେଣୁ ରାହୁଲ ଗାନ୍ଧୀ ତାଙ୍କ ବିବୃତ୍ତି ପାଇଁ ଦେଶକୁ କ୍ଷମା ମାଗିବା ଉଚିତ୍ ବୋଲି ଧର୍ମେନ୍ଦ୍ର କହିଛନ୍ତି।”

Get real time updates directly on you device, subscribe now.