fbpx

ରାହୁଲ ଗାନ୍ଧୀଙ୍କୁ ପାର୍ଟିର ଅଧ୍ୟକ୍ଷ କରିବା ଉଚିତ୍, ଗେହଲଟ୍ କହିଲେ- ସେ ଏକାକୀ ମୋଦୀଙ୍କ ମୁକାବିଲା କରୁଛନ୍ତି

ନୂଆଦିଲ୍ଲୀ ୧୩।୦୩: କଂଗ୍ରେସ କାର୍ଯ୍ୟକମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଏହି ବୈଠକ ପୂର୍ବରୁ ଅନେକ ବଡ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ପାର୍ଟିର ଅଧ୍ୟକ୍ଷ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ଏହି ତାଲିକାରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ। ଗେହଲଟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ଵକୁ ସମର୍ଥନ କରି କହିଛନ୍ତି, ରାହୁଲ ଗାନ୍ଧୀ ଏକାକୀ ଏମିତି ବ୍ୟକ୍ତି ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକାକୀ ପୂରା ଦମର ସହ ମୁକାବିଲା କରୁଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ରାଜନୀତିରେ ଅନେକ ଧରଣର ପରିସ୍ଥିତି ଉପୁଜିଥାଏ। ଏଥିରେ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଆମେ ଲୋକଙ୍କୁ ଦୀର୍ଘ ସମୟରୁ ଦେଖି ଆସୁଛୁ। ଜୀବନରେ ଉତଥାନ ଏବଂ ପତନ ଲାଗି ରହିଛି। ଆଜି ଭାରତୀୟ ଜନତା ପାର୍ଟି କ୍ଷମତାରେ ଅଛି। କିନ୍ତୁ ଦିନ ଥିଲା ସଂସଦରେ ବିଜେପିକୁ ମାତ୍ର ୨ ସିଟ୍ ମିଳିଥିଲା। ଏଥିପାଇଁ ନିର୍ବାଚନରେ ଜୟ ପରାଜୟ ଲାଗି ରହିଥାଏ, ଆମକୁ ଏଥିରେ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ଗେହଲଟ କହିଛନ୍ତି।

ସେ କହିଛନ୍ତି, ଆଜି ରାହୁଲ ଗାନ୍ଧୀ ଏକାକୀ ବ୍ୟକ୍ତି ଯିଏ ପୂରା ଦମର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁକାବିଲା କରୁଛନ୍ତି। ମୋଦୀଙ୍କୁ ମଧ୍ୟ ନିଜ ଭାଷଣରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ହିଁ ଆରମ୍ଭ କରୁଛନ୍ତି ଏବଂ ଏହାର ଅନ୍ତ ସେହି ଟାର୍ଗେଟ୍ରେ କରୁଛନ୍ତି। ଆପଣ ଏଥିରୁ ଜାଣି ପାରୁଥିବେ ଯେ, ଏହାର ଅର୍ଥ କଣ ବୋଲି ଗେହଲଟ୍ କହିଛନ୍ତି।

Get real time updates directly on you device, subscribe now.