fbpx

ଆମେଥିରେ ସ୍ମୃତି ଇରାନୀଙ୍କ ହାରିବାକୁ ନେଇ ଆସିଲା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ଦ୍ୱାରା ପ୍ରଂଶସନୀୟ ପ୍ରଦର୍ଶନ କରିବା ପରେ ମଙ୍ଗଳବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରେସ କନଫରେନ୍ସରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ଏଥିସହ ସେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଆଜି ବିଜେପିର ଗର୍ବ ସମାପ୍ତ ହୋଇଛି ।

ଏହାରି ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି ଯେ, ଆମେଥିରେ କିଶୋରୀଲାଲ ଶର୍ମା ଜିତିଗଲେ, ହେଲେ ଯେତେବେଳେ କଂଗ୍ରେସ ଆମେଥିରେ ସ୍ମୃତି ଇରାନୀଙ୍କ ବିରୋଧରେ ଛିଡା କରିଥିଲେ ସେତେବେଳେ ବିଜେପି ନେତାମାନେ କହିଥିଲେ ଯେ, ରାହୁଲ ଗାନ୍ଧୀ ଡରି ଗଲେ ।

ଏହି ପ୍ରଶ୍ନର ଉତ୍ତର ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିଜେପିର ସବୁଠାରୁ ବଡ଼ ସମସ୍ୟା ଏହା ଯେ, ସେ ଲୋକମାନଙ୍କର ସମ୍ମାନ କରାନ୍ତି ନାହିଁ । ବିଜେପି ଜାଣିନାହିଁ ଯେ, କିଶୋରୀଲାଲ ଶର୍ମା ଗତ ୪୦ ବର୍ଷ ଧରି କଂଗ୍ରେସ ପାଇଁ କାମ କରୁଛନ୍ତି । ଆମେଥି ଲୋକଙ୍କ ସହ ତାଙ୍କର ପୁରୁଣା ସଂପର୍କ । ଏହିପରି ଆମେଥିର ଜନତା ବିଜେପି ଦ୍ୱାରା କରାଯାଇଥିବା ଅପମାନଜନକ ଟିପ୍ପଣୀର ଉଚିତ ଜବାବ ଦେଇଛନ୍ତି ।

Get real time updates directly on you device, subscribe now.