fbpx

ଆମେରିକା ରାଷ୍ଟ୍ରପତି ଭବନରେ ରାହୁଲ ଗାନ୍ଧୀଙ୍କ ସିକ୍ରେଟ୍ ମିଟିଂ, ଜାଣନ୍ତୁ କାହା ସହିତ ଦେଖା ହେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତରେ ସିକ୍ରେଟ୍ ମିଟିଂ ଏବେ ଖୁବ୍ ଚର୍ଚ୍ଚାରେ । ରିପୋର୍ଟରେ ଦାବି ମୁତାବକ ରାହୁଲଙ୍କ ଏହି ବୈଠକ ହ୍ୱାଇଟ୍ ହାଉସ୍ ଭିତରେ ହୋଇଥିଲା । ଏହି ବୈଠକ ସମୟରେ ରାହୁଲ ଗାନ୍ଧୀ କେଉଁମାନେ ଉପସ୍ଥିତ ଥିଲେ, ତାହା ସମ୍ପର୍କରେ ସୂଚନା ମିଳିପାରି ନାହିଁ । କିନ୍ତୁ ଏହାରି ମଧ୍ୟରେ ଖୁଲାସା ହୋଇଛି ଯେ, ପାକିସ୍ତାନରେ କ୍ଷମତା ପରିବର୍ତ୍ତନରେ ଯାହାକୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି ସେହି ବ୍ୟକ୍ତିଙ୍କ ସହିତ ରାହୁଲ ବୈଠକ କରିଛନ୍ତି । ଦାବି ଅନୁସାରେ ଡୋନାଲ୍ଡ ଲୁ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ପାଇଁ ଇମ୍ରାନ୍ ଖାନ୍ ତାଙ୍କର ପଦ ହରାଇଥିଲେ ।

‘ଦି ଇକୋନିମିକ୍ ଟାଇମ୍ସ’ ରିପୋର୍ଟ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ସମ୍ପର୍କରେ ଏହି ବଡ଼ ଖୁଲାସା ହୋଇଛି । ଏଥିରେ କୁହାଯାଇଛି ଯେ, ରାହୁଲ ତାଙ୍କର ପବ୍ଲିକ ମିଟିଂ ଶେଷ କରି ସିକ୍ରେଟ୍ ମିଟିଂ ପାଇଁ ଯାଇଥିଲେ । ଏହି ଖବର ଆସିବା ପରେ ଏହାକୁ ନେଇ କଳ୍ପନା ଜଳ୍ପନା ବଢିଯାଇଛି କି ରାହୁଲଙ୍କ ଏହି ବୈଠକ କାହା ସହିତ ହୋଇଥିଲା ଯେ, ଏହାକୁ ଯେତେ ସମ୍ଭବ ଗୁପ୍ତ ରଖାଯାଇଥିଲା । ଯେଉଁ ବିଷୟରେ କାହାକୁ କିଛି ଖବର ମଧ୍ୟ ମିଳିଲା ନାହିଁ ।

ବର୍ତ୍ତମାନ ଜାଣନ୍ତୁ ଡୋନାଲ୍ଡ ଲୁ କିଏ, ତା’ହେଲେ ସେ ସେହି ସମାନ ଡୋନାଲ୍ଡ ଲୁ ଯାହାଙ୍କ ବିରୋଧରେ ଇମ୍ରାନ ଖାନ ଅନେକ ବୟାନ ଦେଇଥିଲେ । ଇମ୍ରାନ ବାରମ୍ବାର ତାଙ୍କ ନାମ ନେଇଥିଲେ ଏବଂ ଏହା ପରେ ଇମ୍ରାନ ତାଙ୍କର ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ । ରାହୁଲ ଗାନ୍ଧୀ ସେହି ସମାନ ବ୍ୟକ୍ତି ଡୋନାଲ୍ଡ ଲୁଙ୍କୁ ଭେଟିଥିବା

ଏହି ବୈଠକ ଖବର ସାମ୍ନାକୁ ଆସିବା ପରେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀଙ୍କ ବାଇଡେନ ଆଡମିନିଷ୍ଟ୍ରେସନ୍ ତରଫରୁ ସ୍ୱାଗତ କରାଯାଇଥିଲା । ଏହା ପୁଣି ସେତେବେଳେ ଯେଉଁ ସମୟରେ ରାହୁଲ ଗାନ୍ଧୀ କହିଥିଲେ କି ଭାରତର ଗଣତନ୍ତ୍ର ଏବେ ସଙ୍କଟରେ ରହିଛି, ଅନ୍ୟପଟେ ଏହାପରେ ଆମେରିକା କହିଥିଲା ଯେ, ଭାରତର ଗଣତନ୍ତ୍ର ସର୍ବଶ୍ରେଷ୍ଠ ଅଟେ ।

Get real time updates directly on you device, subscribe now.