fbpx

Google pay ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ବିନା ଡେବିଟ କାର୍ଡରେ ଖୋଲି ପାରିବେ ଆକାଉଣ୍ଟ

ନୂଆଦିଲ୍ଲୀ : ଆଜିର ଦୁନିଆ ଡ଼ିଜିଟାଲର ଦୁନିଆ । ଜନ ସାଧାରଣର ପ୍ରାୟ ସମସ୍ତେ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । Google pay ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ଆସିଛି । Google pay ଏବେ ଡେବିଟ କାର୍ଡର ସାହାଯ୍ୟ ନ ନେଇ ୟୁପିଆଇ ଆକାଉଣ୍ଡ ତିଆରି କରିପାରିବେ । ବ୍ୟବହାରକାରୀ ମାନେ ଏହି ସେବାର ଲାଭ ସେତେବେଳେ ଉଠାଇପାରିବେ ,ଯେତେବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଡ ଓ ଆଧାର କାର୍ଡ ସହିତ ଫୋନ ନମ୍ବର ଯୋଡ଼ି ହୋଇଥିବା । ବର୍ତ୍ତମାନ Google pay  ଆଧାର କାର୍ଡ ସାହାଯ୍ୟରେ ଆକାଉଣ୍ଡ ତିଆରି କରିପାରିବେ ।

କିପରି କରିବେ ଫିଚରର ବ୍ୟବହାର :
. ଆଧାର କାର୍ଡ ସହିତ ୟୁପିଆଇ ସେବାର ଲାଭ ଉଠାଇବା ପାଇଁ ବ୍ୟବହାରକାରୀଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଡ ସହିତ ଫୋନ ନମ୍ବର ଯୋଡି ହୋଇଥିବା ଆବଶ୍ୟକ ।
. ପ୍ରଥମେ ଗୁଗଲ ପେ ଆପ ଖୋଲନ୍ତୁ ।
.ବର୍ତ୍ତମାନ ୟୁପିଆଇ ଅନବୋର୍ଡ ଅପ୍ସନ ଉପରେ କ୍ଲିକ କରନ୍ତୁ ।
.ଏହାପରେ ଆଧାର କାର୍ଡରେ ଥିବା ୬ଟି ଡ଼ିଜିଟକୁ ଦିଅନ୍ତୁ ।
.ଏହାପରେ ବ୍ୟବହାରକାରୀଙ୍କୁ ଙଞଚ ଦେବାକୁ ହେବ , ଯେହା ଆପଣଙ୍କ ବ୍ୟାଙ୍କକୁ ପ୍ରମାଣିତ କରିବ ।
.ଏବେ ଆପଣଙ୍କ ୟୁପିଆଇ ପେମେଣ୍ଟ ଆକ୍ଟିବେଟ ହୋଇଯିବ ।
.ଏହାପରେ ବ୍ୟବହାରକାରୀଙ୍କୁ ୟୁପିଆଇ ପିନ୍ ସେଟ କରିବାକୁ ହେବ ।
. ୟୁପିଆଇ ଆକ୍ଟିବେଟ ହେବା ପରେ ସହଜରେ ଆପଣ ଏହାକୁ ବ୍ୟବହାର କରିପାରିବେ ।

 

Get real time updates directly on you device, subscribe now.