ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଅଳ୍ପ ସମୟରେ ରୋଡ ଶୋ’

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ପହଞ୍ଚିଲେ । ୧୧ଟାବେଳେ ସେ ବିଜୁ ପଟନାୟକ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରାୟ ୩୦ ମିନିଟ ବିଳମ୍ବରେ ରାହୁଲ ଏଠାରେ ପହଞ୍ଚିଛନ୍ତି ।

ବିମାନବନ୍ଦରରୁ ରୋଡ ଶୋ’ କରିବେ ରାହୁଲ । ଏହାପରେ ସିଧା ବରମୁଣ୍ଡା ପଡ଼ିଆ ଅଭିମୁଖେ ବାହାରିବେ ।

ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମରେ ସାମିଲ ହେବେ ରାହୁଲ ଗାନ୍ଧୀ । ବରମୁଣ୍ଡା ପଡ଼ିଆରେ ଏ ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଯେଉଁଠାରେ ନେତା, କର୍ମୀ ଏବଂ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ରାହୁଲ । ୨ଟି କୃଷକ ସଙ୍ଗଠନକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟରେ କଂଗ୍ରେସ ନିଜ ସ୍ଥିତିକୁ ଦୃଢ଼ କରିବା ପାଇଁ ଦଳ ଅଣ୍ଟାଭିଡିଛି ।