fbpx

ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ବ୍ରେକ୍ ନେଇ ୱାୟନାଡ ବାହାରିଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଖବର ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନ୍ୟାୟ ଯାତ୍ରାରୁ ବ୍ରେକ୍ ନେଇ ନିଜ ସଂସଦୀୟ ନିର୍ବାଚନମଣ୍ଡଳୀ ୱାୟନାଡକୁ ବାହାରିଛନ୍ତି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ରବିବାର ଅପରାହ୍ନରେ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ତାଙ୍କର ଭାରତ ଯୋଡୋ ନ୍ୟାୟା ଯାତ୍ରା ଆରମ୍ଭ କରିବେ ।

ଶୁକ୍ରବାର ସକାଳେ ବଣୁଆ ହାତୀ ଆକ୍ରମଣରେ ଗୁରୁତର ଆହତ ବ୍ୟକ୍ତିଙ୍କର କୋଜିକୋଡେ ମେଡିକାଲ କଲେଜରେ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ଗାନ୍ଧୀ ୱାୟନାଡ ଗସ୍ତ କରିଛନ୍ତି । ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ପୀଡିତ ବନ ବିଭାଗର ଜଣେ ଇକୋ-ଟୁରିଜିମ୍ ଗାଇଡ୍ ଥିଲେ ଏବଂ କୁରୁୱା ଦ୍ୱୀପରେ ତାଙ୍କର ପୋଷ୍ଟିଂ କରାଯାଇଥିଲା, ଯାହା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି, “ୱାୟନାଡରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତି ଜରୁରୀ । ସେ ଆଜି ବାରାଣାସୀରୁ ଅପରାହ୍ନ ୫ ଟାରେ ବାହାରିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା କାଲି ୮ ଫେବୃଆରୀରେ ପ୍ରୟୋଗରାଜରେ ଦ୍ୱିପହର ୩ଟାରୁ ପୁଣି ଆରମ୍ଭ ହେବ ।’

କଂଗ୍ରେସ ଯାତ୍ରା ଶୁକ୍ରବାର ଉତ୍ତରପ୍ରଦେଶରେ ପ୍ରବେଶ କରିଛି ଏବଂ ରାଜସ୍ଥାନରେ ପ୍ରବେଶ କରିବା ପୂର୍ବରୁ ରାଜ୍ୟ ଦେଇ ଯିବ । ପୂର୍ବରୁ ପଶ୍ଚିମ (ମଣିପୁର-ମୁମ୍ବାଇ) ଯାତ୍ରା ୧୫ ଟି ରାଜ୍ୟ ଦେଇ ଯିବାକୁ ଯାଉଛି କଂଗ୍ରେସ । ଏହି ସମୟ ମଧ୍ୟରେ ଏହା ୬,୭୦୦ କିଲୋମିଟର ଦୂରତା ଅତିକ୍ରମ କରିବ ଏବଂ ରାସ୍ତାରେ ସାଧାରଣ ଲୋକଙ୍କୁ ଭେଟିବାବେଳେ ଏହାର ଉଦ୍ଦେଶ୍ୟ ହେଉଛି ‘ନ୍ୟାୟ’ର ବାର୍ତ୍ତା ଦେବା ।

Get real time updates directly on you device, subscribe now.