ବୋରୱେଲରୁ ଉଦ୍ଧାର ପରେ ବିଗିଡିଲା ରାହୁଲର ସ୍ୱାସ୍ଥ୍ୟବସ୍ଥା: ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଦୀର୍ଘ ସମୟରେ ଚେଷ୍ଟା ପରେ ସଫଳ ହୋଇଛି ଅପରେସନ ରାହୁଲ । ବୋରୱେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଛି ଇଣ୍ଡିଆନ ଆର୍ମି । ତେବେ ଉଦ୍ଧାର ପରେ ରାହୁଲକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ରାହୁଲକୁ ସାମାନ୍ୟ ଜ୍ୱର ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତକାଲି ରାହୁଲକୁ ବୋରୱେଲରେ ଉଦ୍ଧାର କରିବାରେ ଏନଡିଆରଏଫକୁ ସଫଳତା ମିଳିଛି । ତେବେ ରାହୁଲଙ୍କୁ ଉଦ୍ଧାର କରିବା ପରେ ସ୍ୱସ୍ଥ୍ୟବସ୍ଥା ଖରାପ ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ୧୦୦ ଘଣ୍ଟା କାଳ ବୋରୱେଲ ଭିତରେ ଫସି ରହିଥିବାରୁ ଅଣନିଶ୍ୱାସୀ ହୋଇଯାଇଥିଲା ରାହୁଲ । ତେବେ ଏହାପରେ ବିଳାସପୁର ହସ୍ପିଟାଲରେ ତାକୁ ଭର୍ତ୍ତି କରାଯାଇଛି । ମେଡିକାଲରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ନଜରରେ ରହିଛି ରାହୁଲ । ତେବେ ରାହୁଲକୁ ଏବେ ସାମାନ୍ୟ ଜ୍ୱର ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ସକାଳୁ ଉଠିବା ପରେ ରାହୁଲ ଜଳଖିଆ ଖାଇଛି । ଏ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।