fbpx

ଆମେଥିରେ ଲଢିବା ପୂର୍ବରୁ ରାମଲାଲାଙ୍କ ଦର୍ଶନ କରିବେ ରାହୁଲ, ଏପରି ରହିଛି ରାହୁଲଙ୍କ ଯୋଜନା

ନୂଆଦିଲ୍ଲୀ: ଆମେଥିରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିବେ । ୱାୟନାଡ ପରେ ରାହୁଲ ଗାନ୍ଧୀ ଆମେଥିରେ ନିର୍ବାଚନ ଲଢିବା ନେଇ ପ୍ରବଳ ଚର୍ଚ୍ଚା ଭିତରେ ଏହି ସୂଚନା ସାମ୍ନାକୁ ଆସିଛି । ବିଶେଷ ସୂତ୍ରରୁ ସୂଚନା ମିଳିଛି କି ରାହୁଲ ଗାନ୍ଧୀ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିବେ । ତେବେ ସେ କେଉଁଦିନ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିବେ ତାହା ସ୍ପଷ୍ଟ ହୋଇନାହିଁ ।

କଂଗ୍ରେସ ସୂତ୍ରରୁ ପ୍ରକାଶ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ବି ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିବେ । ମିଳିଥିବା ସୂତ୍ରରୁ ଜଣାପଡିଛି ରାହୁଲ ଗାନ୍ଧୀ ଆମେଥିରେ ନିର୍ବାଚନ ଲଢିବେ । ଏହାକୁ ନେଇ ପାର୍ଟି ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତି ଜୋରଦାର କରିଦିଆଯାଇଛି । ଏବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ଏ ନେଇ କଥାବାର୍ତ୍ତା ଚାଲିଛି । କାଲି ୱେୟନାଡରେ ମିଟିଂ ପରେ ରାହୁଲଙ୍କ ନାମ ଘୋଷଣା କରାଯାଇପାରେ ।

ଏଠାରେ ସୂଚାଇ ଦିଆଯାଇପାରେ କି ଆମେଥିରେ ଏଥର ବିଜେପି ପ୍ରାର୍ଥୀ ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ଆମେଥିରୁ ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ । କଂଗ୍ରେସ ଏ ପର୍ଯ୍ୟନ୍ତ ଆମେଥିରେ ଏହାର ପ୍ରାର୍ଥୀ ଘୋଷଣା କରିନାହିଁ ।

Get real time updates directly on you device, subscribe now.