fbpx

ପୋଲିସ ହାତରେ ଧରା ପଡ଼ିଲେ ୨ ଗଞ୍ଜେଇ ଚାଲାଣକାରୀ, ୧୦ କ୍ୱିଣ୍ଟାଲ ଗଞ୍ଜେଇ ସହ ଗାଡ଼ି ଜବତ

ଓଡ଼ିଶା ଭାସ୍କର: ପୋଲିସ ପଞ୍ଝାରେ ଗଞ୍ଜେଇ ଚୋରା ଚାଲାଣକାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୋହନାରେ । ମୋହନାର କମଳାପୁର ନାକା ପଏଣ୍ଟରେ ଯାଞ୍ଚ ସମୟରେ ଧରା ପଡ଼ିଥିଲେ ଗଞ୍ଜେଇ ଚାଲାଣକାରୀ । ସେମାନଙ୍କ ନିକଟରୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ କରିଛି ପୋଲିସ । ମେହନା ଚଢ଼ିଆପଦାରୁ ମହାରାଷ୍ଟ୍ର ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛି । ଜବତ ଗଞ୍ଜେଇର ପରିମାଣ ୧୦ କୁଇଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ଚାଲାଣ ହେଉଥିବା ଗାଡ଼ି ମଧ୍ୟ ପୋଲିସ ଜବତ କରିଛି ।

Get real time updates directly on you device, subscribe now.