fbpx

Wild Card Entryରେ ଟି-୨୦ ବିଶ୍ୱକପ ଖେଳିବେ ଧୋନୀ! ଟିମ ଇଣ୍ଡିଆରେ ମିଳିବ ସୁଯୋଗ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ଚେନ୍ନାଇର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ବର୍ତ୍ତମାନ ସୁଦ୍ଧା ୨୬୦ ରୁ ଅଧିକ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି ଧୋନୀ ନିଜ ପୁରୁଣା ରୂପ ଦେଖାଇଛନ୍ତି । ଚଳିତ ସିଜନରେ ମାହିଙ୍କ ବ୍ୟାଟିଂ ଦେଖି ତାଙ୍କୁ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ମଧ୍ୟ ଦାବି କରିଛନ୍ତି ଅନେକ କ୍ରୀଡ଼ାପ୍ରେମୀ । କେବଳ ଫ୍ୟାନ୍ସ ନୁହେଁ, କ୍ରିକେଟ ସମୀକ୍ଷକ ମଧ୍ୟ ଧୋନୀଙ୍କୁ ଅବସରରୁ ଫେରି ଟି-୨୦ ବିଶ୍ୱକପ ଖେଳିବାକୁ କହିଛନ୍ତି । ବର୍ତ୍ତମାନ ମାହିଙ୍କ ଆଉ ୨ଜଣ ପୁରୁଣା ବନ୍ଧୁ ବି ଧୋନୀଙ୍କୁ ଲହି ପରାମର୍ଶ ଦେଇଥିବା ଜଣାଯାଇଛି ।

ଭାରତର ପୂର୍ବତନ ଷ୍ଟାର କ୍ରିକେଟର ଇରଫାନ୍ ପଠାନ୍ ଏବଂ ବରୁଣ ଆରୋନ୍ ଏହି ସମାନ ବୟାନ୍ ଦେଇଛନ୍ତି । ଟି-୨୦ ବିଶ୍ୱକପରେ ଧୋନୀଙ୍କୁ ଫେରିବା ଉଚିତ୍ । ଆଇପିଏଲ-୨୦୨୪ରେ ଧୋନୀଙ୍କ ବ୍ୟାଟିଂ ଦେଖି ସମସ୍ତଙ୍କୁ ଭିଣ୍ଟେଜ ମାହି ମନେ ପଡ଼ିଛନ୍ତି । ଚଳିତ ସିଜନରେ ଧୋନୀଙ୍କ ବ୍ୟାଟିଂରେ ‘ଭିଣ୍ଟେଜ ମାହି’ର ଝଲକ ନଜର ଆସିଛି । ଏ ନେଇ ଇରଫାନ୍ ପଠାନ୍ କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭରରେ ଦମଦାର ବ୍ୟାଟିଂ କରିଥିଲେ ମାହି । ଏହାପରେ ସେ କହିଛନ୍ତି ଯେ, ଯଦି ଧୋନୀ ବିଶ୍ୱକପ ଖେଳିବା ପାଇଁ ଚାହାନ୍ତି ତେବେ ତାଙ୍କୁ କେହି ମନା କରିବେ ନାହିଁ । ଯେ କୌଣସି ବ୍ୟକ୍ତି ଧୋନୀଙ୍କୁ ବିଶ୍ୱକପରେ ସୁଯୋଗ ଦେବାକୁ ଚାହିଁବେ ।

ବରୁଣ ଆରୋନ୍ ମଧ୍ୟ ଧୋନୀଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ୱାଇଲ୍ଡ କାର୍ଡ ଏଣ୍ଟ୍ରି ଭାବରେ ଧୋନୀଙ୍କୁ ଏଥର ବିଶ୍ୱକପରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ବରୁଣ । ଏହାବ୍ୟତୀତ ଅଧିନାୟକ ରୋହିତ ଶର୍ମା ମଧ୍ୟ ଧୋନୀଙ୍କ ବ୍ୟାଟିଂରେ ଖୁବ ପ୍ରଭାବିତ ହୋଇଛନ୍ତି । ଆଇପିଏଲରେ ଭିଣ୍ଟେଜ ମାହିଙ୍କୁ ଫେରିପାଇବା ପରେ ଟିମ ଇଣ୍ଡିଆ ମଧ୍ୟ ‘ଭିଣ୍ଟେଜ ମାହି’ଙ୍କୁ ପୁଣିଥରେ ଦଳରେ ସାମିଲ କରିବାକୁ ପ୍ରସ୍ତୁତ ଅଛି । ତେବେ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ଏମ.ଏସ ଧୋନୀଙ୍କ ଉପରେ ନିର୍ଭର କରୁଛି । କିନ୍ତୁ ସେ ଅବସର ଭାଙ୍ଗି ପୁଣିଥରେ ଦଳକୁ ଫେରିବା ଅସମ୍ଭବ ବୋଲି କୁହାଯାଇ ପାରେ ।

Get real time updates directly on you device, subscribe now.