BREAKING: ଶ୍ରୀନଗରରେ ରାହୁଲ, ଆହତଙ୍କୁ ଭେଟି, ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଶ୍ରୀନଗରରେ ପହଞ୍ଚିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ପହଲଗାମ ଆତଙ୍କୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆର୍ମି ହସ୍ପିଟାଲ ଯାଇ ଭେଟିବେ ରାହୁଲ।

ଶ୍ରୀନଗର: ଶ୍ରୀନଗରରେ ପହଞ୍ଚିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ପହଲଗାମ ଆତଙ୍କୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆର୍ମି ହସ୍ପିଟାଲ ଯାଇ ଭେଟିବେ ରାହୁଲ।

ଏହା ପରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲାଙ୍କ ସହ ବୈଠକ କରିବେ ରାହୁଲ ଗାନ୍ଧୀ। ଅପରାହ୍ନ ୪ଟାରେ ଉପରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ପହଲଗାମ ଘଟଣା ନେଇ ମୁଖ୍ୟମନ୍ତ୍ରୀ, ଏବଂ ଉପରାଜ୍ୟପାଳଙ୍କ ସହ ଭେଟ ହେବା ପରେ ପୁଣି ଦିଲ୍ଲୀ ଫେରିଆସିବେ ରାହୁଲ ଗାନ୍ଧୀ।

ଭାଜପା ସରକାରକୁ ସମ୍ପୂର୍ଣ୍ଣ ସହମତି ପରେ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ବସିଥିଲାି ସିଡବ୍ଲ୍ୟୁସି (କଂଗ୍ରେସ ୱାର୍କିଂ କମିଟି) ବୈଠକ ।

ବୈଠକରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତା ସାମିଲ ଥିଲେ।

ବେଙ୍ଗାଲୁରୁରେ ଏକ ପ୍ରେସ୍ କନଫରେନ୍ସରେ ଯୋଗ ଦେଇ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ସରକାରଙ୍କୁ ସମ୍ପୂର୍ଣ୍ଣ ସହମତି ଆମ ପକ୍ଷରୁ ରହିଛି । ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ପଲିଟିକ୍ସ କରିବା ଉଚିତ୍ ନୁହେଁ ।

ବର୍ତ୍ତମାନ ସମୟ ମୃତ ପରିବାରକୁ ନ୍ୟାୟ ଦେବା । ଜମ୍ମୁ-କଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଉଚିତ୍ ଦେବାକୁ ପଡ଼ିବ । ବର୍ତ୍ତମାନ ପରିସ୍ଥିତିରେ ଆମେ ସମସ୍ତେ ଏକ ଏବଂ ଏକାଠି ଏହାର ଲଢ଼େଇ କରିବୁ ।