fbpx

ଆଉ କିଛି ଘଣ୍ଟା ପରେ ଉଦ୍ଧାର ହେବ ରାହୁଲ: ୪ ଦିନ ଧରି ୮୦ ଫୁଟର ବୋରୱେଲରେ ଫସି ରହିଛି ୧୦ ବର୍ଷର ବାଳକ

ନୂଆଦିଲ୍ଲୀ: ୮୦ ଫୁଟର ବୋରୱେଲରେ ଖସି ପଡ଼ିଥିବା ଛତିଶଗଡ଼ର ୧୦ ବର୍ଷୀୟ ବାଳକ ରାହୁଲକୁ ନେଇ ଆଶ୍ୱସ୍ତିକର ଖବର ଆସିଛି । ଇତିମଧ୍ୟରେ ପ୍ରଶାସନ ପକ୍ଷରୁ ସ୍ପେଶାଲ ଅପରେସନ ଆରମ୍ଭ କରାଯାଇଛି । ତେବେ ରେସକ୍ୟୁ ଟିମ୍ ରାହୁଲ ପାଖରେ ପହଞ୍ଚିବାକୁ ଆଉ ୬ ଫୁଟ ଦୂର ରହିଛି । ରାହୁଲ ଦେହରେ ଯେଭଳି କିଛି ଆଘାତ ନ ଲାଗିବ ସେଥିପାଇଁ ହାତରେ ଧୀରେଧୀରେ ମାଟି ଖୋଳାଯିବ ।

ଗତ ଶୁକ୍ରବାର ଦିନ ଛତିଶଗଡ଼ର ଜାଞ୍ଜଗୀର-ଚାମ୍ପା ଜିଲ୍ଲା ଅନ୍ତର୍ଗତ ପିହରିଦ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଥିଲା । ତେବେ ଗତ ୧୦ ଘଣ୍ଟା ଧରି ରାହୁଲ କିଛି ଖାଦ୍ୟ ସେବନ କରିନଥିବା ଜଣାପଡ଼ିଛି । ବୋରୱେଲ ଭିତରେ ବଡ଼ ବଡ଼ ପଥର ରହିଥିବାରୁ ରାହୁଲକୁ ଉଦ୍ଧାର କରିବାରେ ବାଧା ସୃଷ୍ଟି ହେଉଛି । ତେବେ କ୍ୟାମେରାରେ ରାହୁଲ ମୁଣ୍ଡ, ହାତ ହଲାଇବା ଦେଖାଯାଉଛି ।

ଅପରାହ୍ଣ ପାଖାପାଖି ୪ଟା ସମୟରେ ରାହୁଲ ଖେଳୁଥିବା ବେଳେ ଦୁର୍ଭାଗ୍ୟବଶତଃ ବୋରୱେଲ ଗାତରେ ଖସି ପଡ଼ିଥିଲା । ତେବେ ଦୀର୍ଘ ୪ ଦିନ ଧରି ରାହୁଲ ଗଭୀର ଗାତ ମଧ୍ୟରେ ରହିଥିବାରୁ ତା’ର ସ୍ୱାସ୍ଥ୍ୟାବସ୍ଥା ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ତାକୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ୧୨୦ ଯବାନ, ୩୨ ଏନଡିଆରଏଫ, ୧୫ ଏସଡିଆରଏଫ ଓ ସେନା ଯବାନଙ୍କୁ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.