BREAKING: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଜବତ ହେଲାଣି ୧୮ ଲକ୍ଷରୁ ଅଧିକ
ସହକାରୀ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନଙ୍କ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ। ଚିତ୍ରକୋଣ୍ଡା ବ୍ଲକ ଅଫିସ, ଭୁବନେଶ୍ୱର ଘରେ ଚାଲିଛି ଭିଜିଲାନ୍ସ ବିଭାଗ ପକ୍ଷରୁ ଛାନଭିନ୍।
ଚିତ୍ରକୋଣ୍ଡା: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ। ସହକାରୀ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନଙ୍କ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ। ଏହା ସହ ଚିତ୍ରକୋଣ୍ଡା ବ୍ଲକ ଅଫିସ, ଭୁବନେଶ୍ୱର ଘରେ ଚାଲିଛି ଭିଜିଲାନ୍ସ ବିଭାଗ ପକ୍ଷରୁ ଛାନଭିନ୍।
ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ୫୭ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ଭୁବନେଶ୍ୱର ଘରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି।
କାରରୁ ମିଳିଥିଲା ୪ ଲକ୍ଷ ୭ ହଜାର ଟଙ୍କା। କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ।