fbpx

ରେଲୱେ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା: କନିଷ୍ଠ ଯନ୍ତ୍ରୀ, ALP, ଟେକ୍ନିସିଆନ, RPF SI ପରୀକ୍ଷାର ଶିଡ୍ୟୁଲ ଜାରି

ନୂଆଦିଲ୍ଲୀ: ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ବିଭିନ୍ନ ପଦ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । କନିଷ୍ଠ ଯନ୍ତ୍ରୀ (ଜେଇ), ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏଲପି), ଟେକ୍ନିସିଆନ, ରେଳ ସୁରକ୍ଷା ବଳ (ଆରପିଏଫ) ସବ-ଇନ୍ସପେକ୍ଟର (ଏସଆଇ) ଆଦି ପଦର ପରୀକ୍ଷା ପାଇଁ ଶିଡ୍ୟୁଲ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଏହି ସମସ୍ତ ପଦ ପାଇଁ ଆବେଦନ କରିଛନ୍ତି ସେମାନେ ନିମ୍ନରେ ପ୍ରଦତ୍ତ ଲିଙ୍କକୁ ଯାଇ ଅଫିସିଆଲ ଶିଡ୍ୟୁଲ ଚେକ୍ କରିପାରିବେ ।

ଅଫିସିଆଲ ଶିଡ୍ୟୁଲ ମୁତାବକ, ନଭେମ୍ବର ୨୫ରୁ ୨୯ ତାରିଖ ମଧ୍ୟରେ ଏଏଲପି ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଡିସେମ୍ବର ୨ରୁ ୫ ତାରିଖ ମଧ୍ୟରେ ଆରପିଏଫ ଏସଆଇ ପରୀକ୍ଷା, ଡିସେମ୍ବର ୧୬ରୁ ୨୬ ତାରିଖ ମଧ୍ୟରେ ଟେକ୍ନିସିଆନ ପରୀକ୍ଷା, ଡିସେମ୍ବର ୬ରୁ ୧୩ ତାରିଖ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ପରୀକ୍ଷାର ଆୟୋଜନ କରାଯିବ । ପରୀକ୍ଷାର ସହର ଓ ତାରିଖ ଦେଖିବା ପାଇଁ ଲିଙ୍କ ଓ ଏସସି / ଏସଟି ପ୍ରାର୍ଥୀଙ୍କ ପାଇଁ ଯାତ୍ରା ପ୍ରାଧିକରଣକୁ ପରୀକ୍ଷାର ୧୦ ଦିନ ପୂର୍ବରୁ ୱେବସାଇଟରୁ ଡାଉନଲୋଡ୍ କରିହେବ ।

Get real time updates directly on you device, subscribe now.