fbpx

କୋଟି କୋଟି ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଏବେ ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ୍! ରେଳମନ୍ତ୍ରୀ କଲେ ଏହି ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରେଳର କୋଟି କୋଟି ଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଲୋକଙ୍କୁ କନଫର୍ମ ଟିକେଟ୍ ବୁକ୍ କରିବା ବେଳେ ହେଉଥିବା ସମସ୍ୟାକୁ ଧ୍ୟାନରେ ରଖି ରେଳ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ଦେଶର କୋଟି କୋଟି ରେଳଯାତ୍ରୀଙ୍କୁ କନଫର୍ମ ଟିକେଟ ଯୋଗାଇବା ପାଇଁ ରେଳବାଇ କ’ଣ କରିବାକୁ ଯାଉଛି, ସେନେଇ ଖୋଦ୍ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହାର ନୂଆ ଅଭିଯାନରେ ଭାରତୀୟ ରେଳବାଇ ବର୍ତ୍ତମାନ ଟିକେଟ ପ୍ରଦାନ କ୍ଷମତାକୁ ମିନିଟରେ ୨୫୦୦୦ ରୁ ବଢ଼ାଇ ୨.୨୫ ଲକ୍ଷକୁ ବୃଦ୍ଧି କରିବାକୁ ଏବଂ ପଚରାଉଚରାର କ୍ଷମତା ମିନିଟରେ ୪ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି କରିବାକୁ ଯୋଜନା କରୁଛି ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ମିଡିଆ ମାଧ୍ୟମରେ ରେଳ ଯାତ୍ରୀଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରେଳ ମନ୍ତ୍ରୀ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ ୭୦୦୦ କିଲୋମିଟର ନୂଆ ରେଳ ଟ୍ରାକ୍ ସ୍ଥାପନ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେ ଦେଶର ୨,୦୦୦ ରେଳ ଷ୍ଟେସନରେ ୨୪ ଘଣ୍ଟିଆ ‘ଜନ ସୁବିଧା’ ଷ୍ଟୋର ଖୋଲିବାକୁ ମଧ୍ୟ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ‘ଆମେ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାର ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଯୋଜନା କରୁଛୁ । ବର୍ତ୍ତମାନ ପ୍ରତି ମିନିଟରେ ପ୍ରାୟ ୨୫,୦୦୦ ଟିକେଟ୍ ପ୍ରଦାନ କରିବାର କ୍ଷମତା ରହିଛି । ଏହାକୁ ବଢ଼ାଇ ପ୍ରତି ମିନିଟରେ ୨.୨୫ ଲକ୍ଷ ଟିକେଟ୍ କରିବା ଆମର ଲକ୍ଷ୍ୟ ରହିଛି ।

ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ, ‘ପଚରାଉଚରା କ୍ଷମତା ମଧ୍ୟ ପ୍ରତି ମିନିଟରେ ଚାରି ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି ପାଇବ । ଚଳିତ ଆର୍ôଥକ ବର୍ଷରେ ୪୫୦୦ କିଲୋମିଟର ରେଳ ଟ୍ରାକ୍ ବିସ୍ତାର କରିବାର ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.