fbpx

ଅମୃତ ଭାରତ ଯାତ୍ରୀଙ୍କୁ ମିଳିବ ବିଶେଷ ରିହାତି, ଟିକେଟ ଶସ୍ତା ସହ ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅମୃତ ଭାରତ ଏକ୍ସପ୍ରେସ ରୂପରେ ବଡ ଉପହାର ଦେଇଛନ୍ତି । ଅଯୋଧ୍ୟାରେ ସବୁଜ ପତାକା ଦେଖାଯିବା ପରେ ଅମୃତ ଭାରତ ଟ୍ରେନର ଯାତାୟତ ଆରମ୍ଭ ହୋଇଯାଇଛି । ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏପରି ଏପରି ଉପହାର ଦିଆଯାଇଛି ଯଦ୍ଦ୍ୱାରା ମଧ୍ୟମ ବର୍ଗର ଲୋକଙ୍କ ଲାଗି ଏହି ଟ୍ରେନ୍ ବାସ୍ତବରେ ଅମୃତ ସାବ୍ୟସ୍ତ ହେବ ।

ଅନ୍ୟ ଟ୍ରେନ ତୁଳନାରେ ଏହି ଟ୍ରେନ୍‌ରେ ଟିକେଟ ମୂଲ୍ୟ କେବଳ ଶସ୍ତା ରଖାଯାଇନାହିଁ ବରଂ ଯାତ୍ରୀଙ୍କୁ ଆଉ ଏକ ବଡ ରିହାତି ଦିଆଯାଇଛି । ଏହି ରିହାତି ସୁପରଫାଷ୍ଟ ଚାର୍ଜେସ୍ କ୍ଷେତ୍ରରେ ପ୍ରଦାନ କରାଯାଉଛି । ଆପଣ ଯେତେବେଳେ ବି ଦେଶର କୌଣସି ଏକ୍ସପ୍ରେସ୍ ଟ୍ରେନରେ ଟିକେଟ୍ ବୁକ୍ କରୁଛନ୍ତି ସେତେବେଳେ ଆପଣଙ୍କୁ ସୁପରଫାଷ୍ଟ ଚାର୍ଜେସ୍ ଆକାରରେ ୩୦ରୁ ୪୫ ଟଙ୍କା ଦେବାକୁ ପଡିଥାଏ । ଏବେ ଯେତେବେଳେ ଆପଣ ଅମୃତ ଭାରତ ଏକ୍ସପ୍ରେସରେ ଯାତ୍ରା କରିବେ ସେତେବେଳେ ଆପଣଙ୍କୁ ସୁପରଫାଷ୍ଟ ଚାର୍ଜେସ୍ ଆକାରରେ କିଛି ବି ଦେବାକୁ ପଡିିବ ନାହିଁ ।

ସେହିପରି ଅନ୍ୟ ଏକ୍ସପ୍ରେସ ଟ୍ରେନ ତୁଳନାରେ ଏହି ଟ୍ରେନରେ ମିଳୁଥିବା ସୁବିଧା ବିଷୟରେ କହିବାକୁ ଗଲେ ଅମୃତ ଭାରତ ଟ୍ରେନ ବହୁ ଦିଗରୁ ଯାତ୍ରୀଙ୍କ ଲାଗି ସୁବିଧାଜନକ ସାବ୍ୟସ୍ତ ହେବ । ବନ୍ଦେ ଭାରତ ପରି ଏଥିରେ ଦୁଇପଟେ ଶକ୍ତିଶାଳୀ ଇଂଜିନ ଲାଗିଛି ଯାହା ଫଳରେ ଆପଣଙ୍କ ଯାତ୍ରା କମ୍ ସମୟରେ ଶେଷ ହେବ । ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୩୦କିଲୋମିଟର ବେଗରେ ଯାତ୍ରା କରିବ । ଏହା ସହିତ ଏହି ଟ୍ରେନର କୋଚ୍ ଗୁଡିକ ଏପରି ଭାବରେ ନିର୍ମାଣ କରାଯାଇଛି ଯାହାଫଳରେ ଯାତ୍ରୀଙ୍କୁ ଝଟକା ଲାଗିବ ନାହିଁ । ଏହି ଟ୍ରେନରେ ମୋଟ ୨୨ କୋଚ୍ ରହିଛି । ଅର୍ଥାତ୍ ଅଧିକ ସଂଖ୍ୟାରେ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚା ଯାଇପାରିବ ।

Get real time updates directly on you device, subscribe now.