fbpx

ଦୁଇ ଦୁଇଟି ଲଘୁଚାପ; ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ବର୍ଷା ଲାଗିରହିଥିବା ବେଳେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିବାର ଖବର ସାମ୍ନାକୁ ଆସିଛି। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।

ସୂଚନାନୁଯାୟୀ, ଗୋଟିଏ ନୁହେଁ, ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ୨୯ ତାରିଖରୁ ଏହି ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି। ତେବେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ସମ୍ଭାବନା ଦର୍ଶାଯାଇଛି। ୨୯ରୁ ୩୧ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହି ସମସ୍ତ ସୂଚନା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଇଛି।

Get real time updates directly on you device, subscribe now.