fbpx
BSKY SKY
BSKY SKY

ପାଣିରେ ଉବୁଟୁବୁ ରାଜଧାନୀ; ଲଗାଣ ବର୍ଷାରେ ବୁଡ଼ିଲା ଆଇଜିଆଇ ଏୟାରପୋର୍ଟ

BSKY

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଦିନ ପ୍ର୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି । ବର୍ଷା କାରଣରୁ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୩ ପାଣି ମାଡ଼ିଯିବା ଫଳରେ ଉବୁଟୁବୁ ଅବସ୍ଥାରେ ରହିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ବିମାନବନ୍ଦର ଜଳାର୍ଣ୍ଣବ ହେବା ଫଳରେ ଯାତ୍ରୀ ମାନଙ୍କୁ ଅନେକ ସମସ୍ୟାର ସାମନାକୁ କରିବାକୁ ପଡ଼ିଥିଲା ।

ଖାଲି ବିମାନବନ୍ଦର ନୂହେଁ ବରଂ ଦିଲ୍ଲୀର ଅନ୍ୟାନ୍ୟ ପ୍ରମୁଖ ସ୍ଥାନ ମାନଙ୍କରେ ବି ବର୍ଷା କାରଣରୁ ପାଣି ଭରିଯାଇଥିଲା । ଲୋକେ ଖୁବ୍ ହନ୍ତସନ୍ତ ହୋଇଥିଲେ । ବିଭିନ୍ନ ଛକରେ ପାଣି କାରଣରୁ ଟ୍ରାଫିକ୍ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା । ପାଣିପାଗ ବିଭାଗର ଅଧିକାରୀଙ୍କ କହିବାନୁସାରେ, ଦିଲ୍ଲୀରେ ଶନିବାର ଦିନ ସକାଳ ସମୟରେ ପ୍ରବଳ ବର୍ଷା ହୋଇଥିଲା ।

ଦିଲ୍ଲୀରେ ଚଳିତ ମାସରେ ୧୦୦ ମିଲିମିଟର୍ ରୁ ଅଧିକ ବର୍ଷା ହୋଇଛି । ସେପ୍ଟେମ୍ବର ୧ ତାରିଖରେ ୧୧୨ ମିଲିମିଟର୍, ୨ରେ ୧୧୭ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହି ମାସରେ ଏପର୍ଯ୍ୟନ୍ତ ୨୪୮.୯ ମିଲିମିଟର୍ ବର୍ଷା ହୋଇସାରିଛି ।

 

Get real time updates directly on you device, subscribe now.