fbpx

୯/୧୧ ହମଲା: ଆମେରିକା ଉପରେ ଆକ୍ରମଣକୁ ପୂରିଲା ୨୦ ବର୍ଷ, ଆଜି ପୁଣି ସେହି ମୋଡରେ ଆତଙ୍କ ବିରୋଧୀ ଲଢେଇ

ନୂଆଦିଲ୍ଲୀ : ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୨୦ ବର୍ଷ । ୨୦୦୧ ମସିହା ଠିକ୍ ଆଜିର ଦିନରେ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ନ୍ୟୁୟର୍କ ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନ ଜରିଆରେ ହୋଇଥିଲା ସବୁଠୁ ବଡ ଆତଙ୍କବାଦୀ ଆକ୍ରମଣ । ମାତ୍ର ୧୦୨ ମିନିଟରେ ୨୭୬୩ ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ସମଗ୍ର ଦୁନିଆରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିବା ଲକ୍ଷାଧିକ ପିଲାଙ୍କୁ ଆଜି ୨୦ ବର୍ଷ ପୂରିଛି।

ଦୁନିଆର ଯୁବ ବର୍ଗଙ୍କୁ ଏହା ଜାଣିବା ଜରୁରୀ ଯେ, କେମିତି ଆତଙ୍କବାଦୀ ଅତି କ୍ରୁରତାର ସହ କେବଳ ଆମେରିକା ନୁହେଁ ପୂରା ବିଶ୍ୱକୁ ଦୋହଲାଇ ଦେଇଥିଲେ । ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶଙ୍କ ନେତୃତ୍ୱରେ ଆମେରିକା ଆତଙ୍କବାଦୀଙ୍କ ବିରୋଧରେ ୨୦୦୧ରେ ଲଢେଇ ଆରମ୍ଭ କରିଥିଲା । ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳରେ ଆମେରିକା ନିଜ ଉପରେ ହୋଇଥିବା ଆମେରିକାର ପ୍ରତିଶୋଧ ଅଲକାଏଦ ପ୍ରମୁଖ ଓସାମା ବିନ ଲାଡେନଙ୍କୁ ମାରି ନେଇଥିଲା । ମାତ୍ର ଆତଙ୍କ ବିରୋଧରେ ଦୁଇ ଦଶନ୍ଧି ଧରି ଜାରି ରହିଥିବା ଆମେରିକାର ଲଢେଇ ଆଫଗାନିସ୍ତାନରେ ପୁଣି ସେହି ମୋଡରେ ଆସି ପହଞ୍ଚି ଯାଇଛି, ଯେଉଁଠୁ ସେ ଆରମ୍ଭ କରିଥିଲା ।

ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ସହିତ ଦୁନିଆରେ ଆତଙ୍କବାଦୀର ନୂତନ ବିପଦ ସୃଷ୍ଟି ହୋଇଛି । ବ୍ରିଟେନର ଏମ୧୫ ଡୋମେଷ୍ଟିକ ଗୁଇନ୍ଦା ବିଭାଗର ପ୍ରମୁଖ କେନ ମ୍ୟାକ୍କଲମଙ୍କ କହିବା କଥା ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ଦ୍ୱାରା ଦୁନିଆରେ ଆତଙ୍କବାଦୀଙ୍କ ଉତ୍ସାହ ବଢିବାରେ ଲାଗିଛି । ଆତଙ୍କୀ ଘଟଣାକୁ ନେଇ ସମସ୍ତ ଦେଶକୁ ସତର୍କ ରହିବାକୁ ପଡିବ । କିନ୍ତୁ ତାଲିବାନ କହିଛି, ଆଫଗାନିସ୍ତାନକୁ ଆତଙ୍କୀ ହମଲାର ଷଡଯନ୍ତ୍ର ପାଇଁ ବ୍ୟବହାର ହେବାକୁ ଦେବ ନାହିଁ । କିନ୍ତୁ ଏହା ସତ୍ୟ ଯେ, ପାଶ୍ଚାତ୍ୟ ଦେଶ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆଫଗାନିସ୍ତାନ ସ୍ୱର୍ଗ ପାଲଟି ଯାଇଛି ।

ଏମିତି ହୋଇଥିଲା ୯/୧୧ ଆକ୍ରମଣ

ନ୍ୟୁଜର୍ସି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୟୁନାଇଟେଡ ବିମାନ ୯୩ ଉଡାଣ ଭରିବାର ୪୦ ମିନିଟ୍ ପରେ ଆତଙ୍କବାଦୀ ବିମାନକୁ ହାଇଜ୍ୟାକ କରି ନେଇଥିଲେ । ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଆତଙ୍କବାଦୀ ଆକ୍ରମଣର ଖବର ମିଳି ଯାଇଥିଲା । ଆତଙ୍କବାଦୀ ହାଇଜ୍ୟାକ କରିଥିବା ବିମାନ ମଧ୍ୟରୁ ଏହା ଥିଲା ଚତୁର୍ଥ ବିମାନ । ଯାତ୍ରୀମାନେ ବିମାନରେ ଥିବା ଚାରି ଆତଙ୍କବାଦୀଙ୍କ ସହ ମାରମିଟ୍ ଆରମ୍ଭ କରିଥିଲେ । ଫଳରେ ୮୦୪ କିମି ପ୍ରତି ଘଣ୍ଟା ବେଗରେ ଉଡୁଥିବା ବିମାନ ସକାଳ ୧୦ଟା ୧୦ରେ ପେନସିଲଭେନିଆରେ ଖାଲି ଜାଗାରେ ଖସି ପଡିଥିଲା । ଏହି ଘଟଣାରେ ୪୪ ଜଣଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଆମେରିକା ଆଉ ଏକ ବଡ ଧରଣର ବିମାନ ଆକ୍ରମଣରୁ ବର୍ତ୍ତି ଯାଇଥିଲା ।

୨୦୦୧ ସେପ୍ଟେମ୍ବର ୧୧

ଅଲ କାଏଦାର ୧୯ ଜଣ ଆତଙ୍କବାଦୀ ୪ ବିମାନ ହାଇଜ୍ୟାକ କରି ଆମେରିକା ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ ।

ସମୟ- ସକାଳ ୮ଟା ୪୫ ମିନିଟ୍

ସେ ଦିନ ଥିଲା ମଙ୍ଗଳବାର । ଆମେରିକା ଏୟାରଲାଇନ୍ସର ବୋଇଙ୍ଗ ଯେଉଁଥିରେ ୭୫୭୦୮ ଲିଟର ଜେଟ ଇନ୍ଧନ ଥିଲା, ତାହା ନ୍ୟୁୟର୍କର ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଉତ୍ତର ଟାୱାର ସହ ଧକ୍କା ହୋଇଥିଲା । ୧୧୦ କୋଠା ବିଶିଷ୍ଟ ଏହି ମହଲାର ୮୦ତମ ମହଲା ଅଗ୍ନି ପିଣ୍ଡୁଳା ପାଲଟି ଯାଇଥିଲା ।

୧୮ ମିନିଟ୍ ପରେ

ଆମେରିକୀ ବିମାନ ବୋଇଙ୍ଗ-୭୬୭ର ବିମାନ ସଂଖ୍ୟା ୧୭୫ ଅଚାନକ ଆକାଶରେ ଗାଏବ ହୋଇ ଯାଇଥିଲା । ଏହା ପରେ ବିମାନ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଦକ୍ଷିଣ ଟାୱାରର ୬୦ତମ ମହଲାରେ ଧକ୍କା ହୋଇଥିଲା । ତେବେ ଯାଇ ସ୍ପଷ୍ଟ ହୋଇଥିଲା ଯେ, ଏହା ଆତଙ୍କବାଦୀ ଆକ୍ରମଣ ।

୯ଟା ୪୫ ମିନିଟ୍

ଆମେରିକା ଏୟାରଲାଇନ୍ସର ବିମାନ ୭୭ ଆମେରିକା ସେନାର ମୁଖ୍ୟାଳୟ ପେଣ୍ଟାଗନର ପଶ୍ଚିମ ପାଶ୍ୱର୍ରେ ମାଡ ହୋଇଥିଲା । ଏଥିରେ ୧୨୫ ସୈନ୍ୟକର୍ମୀ ଏବଂ ବିମାନରେ ବସିଥିବା ୬୪ ଜଣଙ୍କ ପ୍ରାଣହାନୀ ଘଟିଥିଲା ।

Get real time updates directly on you device, subscribe now.