fbpx

ମିଚେଲ ଷ୍ଟାର୍କଙ୍କ ଉପରେ ଟଙ୍କାର ବର୍ଷା: ୨୪.୭୫ କୋଟିରେ କିଣିଲା କୋଲକାତା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଛି । ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ କିଛି ସମୟ ପୂର୍ବରୁ ଆଇପିଏଲ ଇତିହାସରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଥିବା ଖେଳାଳି ହୋଇଥିଲେ । କିନ୍ତୁ ଏହି ଇତିହାସ ଲେଖା ହେବାର କିଛି ସମୟ ପରେ ସାଥୀ ଖେଳାଳି ମିଚେଲ ଷ୍ଟାର୍କ ଏହାକୁ ଅତିକ୍ରମ କରିଛନ୍ତି । ଆଇପିଏଲ ଇତିହାସରେ ମିଚେଲ ଷ୍ଟାର୍କ ପାଲଟିଛନ୍ତି ସବୁଠାରୁ ଅଧିକ ମୂଲ୍ୟବାନ୍ କ୍ରିକେଟର । ଆସନ୍ତା ସିଜନ ପାଇଁ ୨୪.୭୫ କୋଟି ଟଙ୍କାରେ ଷ୍ଟାର୍କଙ୍କୁ କୋଲକାତା ନାଇଟ ରାଇଡର୍ସ ଦଳରେ ସାମିଲ କରିଛି ।

ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳିଙ୍କ ତାଲିକାରେ ଇତିହାସ ସୃଷ୍ଟି କରିଛନ୍ତି ମିଚେଲ ଷ୍ଟାର୍କ । ଏହି ତାଲିକାରେ ନିଜ ଦଳର ଅଧିନାୟକଙ୍କୁ ମଧ୍ୟ ସେ ପଛରେ ପକାଇଛନ୍ତି । ଆସନ୍ତା ସିଜନ ପାଇଁ ଷ୍ଟାର୍କ ୨୪.୭୫ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସରେ ସାମିଲ ହୋଇଛନ୍ତି । ତେବେ କିଛି ସମୟ ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସଙ୍କ ନାମରେ ଏହି ରେକର୍ଡ ହୋଇଥିବା ବେଳେ ମାତ୍ର କେଇଟା ମୁହୂର୍ତ୍ତରେ ହିଁ ଏହା ବଦଳି ଯାଇଛି । କିଛି ସମୟ ପୂର୍ବରୁ ପ୍ୟାଟ କମିନ୍ସ ୨୦.୭୫ କୋଟି ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ସାମିଲ ହୋଇଥିଲେ । ଏହାସହ ସେ ପାଲଟିଥିଲେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ।

କିନ୍ତୁ ବର୍ତ୍ତମାନ ଷ୍ଟାର ବୋଲର ମିଚେଲ ଷ୍ଟାର୍କ ୨୪.୭୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । କୋଲକାତା ନାଇଟ ରାଇଡର୍ସ ଷ୍ଟାର୍କଙ୍କୁ ବଡ଼ ଆମାଉଣ୍ଟରେ ଦଳରେ ସାମିଲ କରିଛି । ମିଚେଲ ଷ୍ଟାର୍କଙ୍କ ଉପସ୍ଥିତିରେ କୋଲକାତାର ବୋଲିଂ ବିଭାଗ ଶକ୍ତିଶାଳୀ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.