fbpx

ରାଜ୍ୟରେ ୫ ଦିନ ଯାଏଁ କମିବ ବର୍ଷା, ବିକ୍ଷିପ୍ତ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିପାରେ !

ଓଡିଶା ଭାସ୍କର: ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ବର୍ଷା କମିପାରେ ବୋଲି ଜଣା ପଡିଛି । କେବଳ କାଭାଁ ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହା ଜଣାଇଛନ୍ତି । ମୌସୁମୀର ସକ୍ରିୟତା କମୁଥିବାରୁ ଏହା କମିବାର ଆଶା କରାଯାଉଛି । ମାତ୍ର କିଛି ସ୍ଥାନରେ ଅତ୍ୟଧିକ ବର୍ଷା ନ ହେଲେ ବି କିଛି ପରିମାଣରେ ବର୍ଷା ହେବା କହିଛି ଆଇଏମଡି ।

ଆସନ୍ତା ୫ ଦିନ ଯାଏଁ ଉତ୍ତରପ୍ରଦେଶରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ରାଜ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ଫଳରେ କେତେକ ସ୍ଥାନରେ ୨୦-୩୦ ମିଲିମିଟର ବର୍ଷା ହେବାକୁ ଥିବାବେଳେ ଆଉ କେତେକ ସ୍ଥାନରେ ୪୦-୪୫ ମିଲିମିଟର ବର୍ଷା ହୋଇପାରେ । ପ୍ରଫେସର ପଶୁପାଳକ କହିଛନ୍ତି ଯେ, ବର୍ଷା ବେଶୀ ନ ଥିବାରି ଅଣସେଚିତ ଜମିରେ ପାଣି ସମସ୍ୟା ଦେଖାଯାଇପାରେ । ସେ ଚାଷୀଙ୍କୁ ଚାଷ ଜମିରେ ପାଣି ବାନ୍ଧି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଏହବାଦ ରୁଆ କାମ ଶୀଘ୍ର ଶେଷ କରିବା ପାଇଁ ବି ସତର୍କ କରାଇଛନ୍ତି ।

ସେପଟେ ରାଜ୍ୟରେ ଆଜି ସୁନ୍ଦରଗଡ, ଜାରସୁଗୁଡା,ବରଗଡ, ସମ୍ବଲୁପର ତଥା କେନ୍ଦୁଝରର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ । ଗତକାଲି ନୟାଗଡରେ ସର୍ବାଧିକ ବର୍ଷା ହୋଇଛି । ସେହିଭଳି ଢେଙ୍କାନାଳରେ ୪୫ , ତାଳଚେରରେ ୩୫ ତଥା ବାରିପଦାରେ ୩୦ ମିଲିମିଟର ବର୍ଷାର ରେକର୍ଡ କରାଯାଇଛି ।

Get real time updates directly on you device, subscribe now.