fbpx

ଟି-୨୦ ବିଶ୍ୱକପ ଜିତିବ ଟିମ ଇଣ୍ଡିଆ! ଭବିଷ୍ୟବାଣୀ କରି ଉପାୟ କହିଲେ ସୁରେଶ ରାଇନା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଲଢେଇ ଆରମ୍ଭ ହୋଇସାରିଛି । ତେବେ ସମସ୍ତଙ୍କ ଅପେକ୍ଷା ଏବେ ଅକ୍ଟୋବର ୨୩ ତାରିଖର ଭାରତ-ପାକିସ୍ତାନ ମ୍ୟାଚକୁ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ । ଏହି ମ୍ୟାଚ ସହିତ ଉଭୟ ଦଳ ନିଜର ଅଭିଯାନ ଆରମ୍ଭ କରିବେ । ତେବେ ଏହା ପୂର୍ବରୁ ଭାରତର ବିଶ୍ୱକପ ଯାତ୍ରାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଷ୍ଟାର କ୍ରିକେଟର ସୁରେଶ ରାଇନା । ଏମିତି ଏକ ଦଳ, ଯାହାକୁ ହରାଇଲେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତିପାରିବ ବୋଲି ସେ କହିଛନ୍ତି ।

ଚଳିତବର୍ଷର ବିଶ୍ୱକପ ବହୁତ ରୋମାଞ୍ଚକର ହେବା ନେଇ ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ଅନେକ ଦଳ ନିଜ ବେଷ୍ଟ ପ୍ଲେଇଙ୍ଗ ୧୧ ବାଛିଥିଲା ବେଳେ ଅଧିକାଂଶ ଖେଳାଳି ଟ୍ରଫି ଜିତାଇବାର ଦମ୍ ରଖିଛନ୍ତି । ତେଣୁ କେଉଁ ଦଳ ଏଥର ବିଶ୍ବକପ ହାତେଇବ ସେ ନେଇ ଚାଲିଛି କଳ୍ପନାଜଳ୍ପନା । ଏହି ଭାରତର ନାଁ ମଧ୍ୟ ଖୁବ ଉପରେ ରହିଛି । ତେବେ ଟିମ ଇଣ୍ଡିଆକୁ ବିଶ୍ୱକପ ଜିତିବାର ଏକ ଫର୍ମୁଲା କହିଛନ୍ତି ପୂର୍ବତନ ଖେଳାଳି ସୁରେଶ ରାଇନା । ପ୍ରଥମ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇଲେ ଭାରତ ପାଇଁ ବିଶ୍ୱକପ ଜିତିବା ସହଜ ହୋଇଯିବ ବୋଲି ରାଇନା ଭବିଷ୍ୟବାଣୀ କରିଛନ୍ତି ।

ରୋହିତଙ୍କ ନେତୃତ୍ୱରେ ଦଳ ଖୁବ ଭଲ ପ୍ରଦର୍ଶନ କରିବ ବୋଲି ରାଇନା ଆଶା ପ୍ରକଟ କରିଛନ୍ତି । ତେବେ ବୁମରାହଙ୍କ ସ୍ଥାନରେ ମହମ୍ମଦ ଶାମୀଙ୍କ ଉପସ୍ଥିତି ଦଳ ପାଇଁ ଏକ୍ସ-ଫ୍ୟାକ୍ଟର ହେବ ବୋଲି କହିଛନ୍ତି ରାଇନା । ଏହାବ୍ୟତୀତ ଦଳର ଅଧିକାଂଶ ଖେଳାଳି ଫର୍ମରେ ଥିବାରୁ ଦଳକୁ ବିଶ୍ୱକପ ଜିତିବା ସହଜ ହୋଇପାରେ । ତେବେ ପାକିସ୍ତାନକୁ ପ୍ରଥମ ମ୍ୟାଚରେ ପରାସ୍ତ କରି ଅଭିଯାନ ଆରମ୍ଭ କଲେ ଭାରତକୁ ଏହା ଆହୁରି ସହଜ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା ।

Get real time updates directly on you device, subscribe now.