Breaking: ବାଲେଶ୍ୱର କୋର୍ଟ ଯିବେ ରାଜା, ରିମାଣ୍ଡ ଆବେଦନ କରିବ EOW

ବାଲେଶ୍ୱର: ଆଜି କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର । ବାଲେଶ୍ୱର କୋର୍ଟରେ ରାଜାଙ୍କୁ ହାଜର କରିବ ଇଓଡବ୍ଲ୍ୟୁ ।

ହାଜର ପରେ ରିମାଣ୍ଡ ପାଇଁ ଆବେଦନ କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତିରେ ଗତକାଲି ରାଜାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

ପୂର୍ବରୁ ଏ ଘଟଣାରେ ୩ ଜଣଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ତେବେ ଆଗାମୀ ଦିନରେ ଆହୁରି ବଡ଼ ବଡ଼ ବିଜେଡି ନେତା ତଦନ୍ତକାରୀ ସଂସ୍ଥାର ରଡାରରେ ଆସିପାରନ୍ତି ବୋଲି ଆଶଙ୍କା ରହିଛି ।