କେନ୍ଦୁଝର: ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ । ସୂଚନା ମୁତାବକ ଗିରଫ ବ୍ୟକ୍ତି ଜଣକ ରାଜା ଚକ୍ରର ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି ।
ରାଜାଙ୍କ ଘନିଷ୍ଠ ସହଯୋଗୀଙ୍କ ନାମ ସୁଶାନ୍ତ ସାମଲ ବୋଲି ସୂଚନା । ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ଇଓଡବ୍ଲ୍ୟୁ ଗିରଫ କରିଥିବା କୁହାଯାଉଛି ।
ବର୍ତ୍ତମାନ ସୁଦ୍ଧା ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତିରେ ୫ ଜଣ ଗିରଫ ହୋଇସାରିଛନ୍ତି ।
ପୂର୍ବରୁ ଗିରଫ ହୋଇଥିବା ବିଜେଡି ନେତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଇଓଡବ୍ଲ୍ୟୁ । ଏ ଦୁର୍ନୀତିରେ ବହୁ ବଡ଼ ନେତା ମନ୍ତ୍ରୀ ଜଡିତ ଥିବାବେଳେ ଆଗାମୀ ଦିନରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ।