ରାଜା ରଘୁବଂଶୀଙ୍କୁ 5 ନୁହେଁ, 6 ଜଣ କରିଥିଲେ ହତ୍ୟା ! ଷଷ୍ଠ ଅଭିଯୁକ୍ତ କିଏ ?
ରାଜା ରଘୁବଂଶୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ହତ୍ୟାକାଣ୍ଡରେ 5 ଜଣ ନୁହେଁ ବରଂ 6 ଜଣ ସମ୍ପୃକ୍ତ ଥିବା ନେଇ ଦାବି କରାଯାଉଛି ।
ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ହତ୍ୟାକାଣ୍ଡରେ 5 ଜଣ ନୁହେଁ ବରଂ 6 ଜଣ ସମ୍ପୃକ୍ତ ଥିବା ନେଇ ଦାବି କରାଯାଉଛି ।
ମେଘାଳୟ ପୋଲିସ ରାଜା ରଘୁବଂଶୀ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ଅନେକ ବଡ଼ ସୂଚନା ଦେଇଛି। ସୋନମ ରଘୁବଂଶୀ ସମେତ ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ପୋଲିସ ସିଲଂ କୋର୍ଟରେ ହାଜର କରିଥିଲା। କିନ୍ତୁ ଏହି ମାମଲାରେ ଏବେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ନାକୁ ଆସିଛି । ଏକ ରିପୋର୍ଟ ଅନୁଯାୟୀ, ରାଜାଙ୍କ ହତ୍ୟାକାଣ୍ଡରେ ପାଞ୍ଚ ଜଣ ନୁହେଁ ବରଂ ଛଅ ଜଣ ସମ୍ପୃକ୍ତ ଥିଲେ। ଏନେଇ ହତ୍ୟାର ପ୍ରତ୍ୟେକ ଦିଗରୁ ତଦନ୍ତ କରୁଛି ପୋଲିସ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଷଷ୍ଠ ହତ୍ୟାକାରୀ ଜଣକ କିଏ ? ଏବେ ରହସ୍ୟ ଘେରରେ ଏହି ମୃତ୍ୟୁ କାହାଣୀ ।
ପୋଲିସ ସୋନମ ସମେତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥିରେ ସୋନମଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହା ମଧ୍ୟ ସାମିଲ ଅଛନ୍ତି । କିନ୍ତୁ ଏବେ ଦାବି କରାଯାଉଛି ଯେ ଏହି ହତ୍ୟାକାଣ୍ଡରେ ଷଷ୍ଠ ବ୍ୟକ୍ତି ମଧ୍ୟ ସମିଲ ଅଛି। ତଥାପି, ଏ ସମ୍ପର୍କରେ ମେଘାଳୟ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଆସିନାହିଁ।
ଡିଆଇଜି ମାରକ କହିଛନ୍ତି ଯେ, ସୋନମଙ୍କ ଫୋନ୍ ଏପର୍ଯ୍ୟନ୍ତ ମିଳିନାହିଁ । ଇନ୍ଦୋରର ଅନ୍ୟ ଜଣେ ଅଭିଯୁକ୍ତଙ୍କଠାରୁ ଘଟଣା ଦିନ ସେ ପିନ୍ଧିଥିବା ପୋଷାକକୁ ଜବତ କରାଯାଇଥିବା କହିଛନ୍ତି ଡିଆଇଜି । ଜେରା ସମ୍ପର୍କରେ ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଇ ନାହିଁ। କୋର୍ଟରୁ ପୋଲିସ ରିମାଣ୍ଡ ପାଇବା ପରେ, ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ପଚରାଉଚରା କରାଯିବ, ଫଳରେ ପ୍ରକୃତ ମାଷ୍ଟରମାଇର ଅସଲ ଚେହେରା ସାମ୍ନାକୁ ଆସିବ ।
ପ୍ରକୃତ ମାଷ୍ଟରମାଇଣ୍ଡ କିଏ ?
ଏଠି ସମସ୍ତ ଅଭିଯୁକ୍ତ ପରସ୍ପରକୁ ମାଷ୍ଟରମାଇଣ୍ଡ ବୋଲି କହୁଛନ୍ତି । ସୋନମ କହୁଛନ୍ତି ଯେ ରାଜ ହେଉଛି ମାଷ୍ଟରମାଇଣ୍ଡ, ଯେତେବେଳେ ରାଜ କହୁଛନ୍ତି ଯେ ସୋନମ ଏହି ଷଡ଼ଯନ୍ତ୍ରର ମୁଖ୍ୟ ଖଳନାୟକ। ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ପଚରାଉଚରା କଲେ ହିଁ ସତ୍ୟ ବାହାରି ପାରିବ। କୋର୍ଟରୁ ରିମାଣ୍ଡ ପାଇବା ପରେ, ପଚରାଉଚରା ମାଧ୍ୟମରେ ହତ୍ୟା ଷଡ଼ଯନ୍ତ୍ର, ଯୋଜନା ଏବଂ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଡିଆଇଜି ମାରକ କହିଛନ୍ତି ।
ସୋନମ ଅପରାଧ ସ୍ୱୀକାର କରିଥିଲେ
ସୋନମ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲେ। ମେଘାଳୟ ପୋଲିସ ତାଙ୍କୁ ତାଙ୍କ ପ୍ରେମିକ ରାଜ କୁଶୱାହା ସହିତ ମୁହାଁମୁହିଁ ପଚରାଉଚରା କରିବା ପରେ, ସେ ତାଙ୍କର ଅପରାଧ ସ୍ୱୀକାର କରିଥିଲେ।