fbpx

ଭଜନଲାଲ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ; ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭଜନଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ହେବେ ମୁଖ୍ୟମନ୍ତ୍ରୀ । ରାଜସ୍ଥାନ ବିଜେପିର ସଂଗଠନ ସଂପାଦକ ଅଛନ୍ତି ଭଜନଲାଲ । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଦୁଇ ଜଣ ସହ ପର୍ଯ୍ୟବେକ୍ଷକ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସରୋଜ ପାଣ୍ଡେ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏହି ବୈଠକରେ ଯୋଗଦେବେ ଏବଂ ଏହା ପରେ ଦଳ ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କରିବ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଅଶ୍ୱିନୀ ବୈଷ୍ଣବ ରାଜସ୍ଥାନମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଜଣାପଡ଼ିଛି । ମଙ୍ଗଳବାର ଅପରାହ୍ନ ୪ଟାରେ ରାଜସ୍ଥାନରେ ହେବାକୁ ଥିବା ବିଜେପି ବିଧାୟକ ଦଳ ବୈଠକ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ । ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ବାଧ୍ୟତାମୂଳକ ଭାବେ ବୈଠକରେ ଯୋଗ ଦେବାକୁ ପଡ଼ିବ ।

Get real time updates directly on you device, subscribe now.