fbpx

ରାଜସ୍ଥାନ ସରକାରଙ୍କ ବଡ ଘୋଷଣା- ‘ପ୍ରଥମ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ମାଗଣା’

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ରାଜସ୍ଥାନ ମୁହ୍ୟମାନ୍ତ୍ରୀ ଅଶୋକ ଗେହଲୋଟ୍। ସାମ୍ପ୍ରତିକ ମୁଦ୍ରାସ୍ଫୀତିକୁ ନଜରରେ ରଖି ଏବଂ ଜନସାଧାରଣଙ୍କ ସହ କଥାବାର୍ତ୍ତା ହେବା ପରେ ବଡ ନିଷ୍ପତି ନେଇଛନ୍ତି ରାଜସ୍ଥାନ ସରକାର। ଯେଉଁମାନେ ମାସକୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଖର୍ଚ୍ଚ କରନ୍ତି ସେମାନଙ୍କ ବିଦ୍ୟୁତ୍ ବିଲ୍ ଆଦୌ ଦେବାକୁ ପଡିବ ନାହିଁ। ଏହା ସହିତ ଆଗରୁ ଥିବା ବକେୟା ବିଲ୍ ମଧ୍ୟ ସେମାନଙ୍କୁ ଆଗରୁ ଦେବାକୁ ପଡିବ ନାହିଁ। ମେ ମାସରେ ବିଦ୍ୟୁତ ବିଲରେ ସରଚାର୍ଜ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ମଧ୍ୟ ଗ୍ରହଣ କରାଯାଇଥିଲା ଯାହା ଆଧାରରେ ଏକ ବଡ ନିଷ୍ପତ୍ତି ନିଆଯାଇଛି ବୋଲି ଅଶୋକ ଗେହଲୋଟ୍ କହିଛନ୍ତି।

ଭାରତରେ ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଗ୍ରାହକ ଯେଉଁମାନେ ମାସକୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଖର୍ଚ୍ଚ କରନ୍ତି, ତେଣୁ ସେମାନଙ୍କ ପାଇଁ ଏହି ଘୋଷଣା ଏବଂ ବଡ ରିହାତି ଆଣିଦେବ। ବର୍ତ୍ତମାନ ରାଜ୍ୟ ସରକାର ପ୍ରଥମ ୧୦୦ ୟୁନିଟ୍ ବିଦ୍ୟୁତ୍ ମାଗଣା ହେବ, ୨୦୦ ୟୁନିଟ୍ ପର୍ଯ୍ୟନ୍ତ ସ୍ଥିର ଚାର୍ଜ, ଇନ୍ଧନ ସରଚାର୍ଜ ଏବଂ ଅନ୍ୟାନ୍ୟ ଚାର୍ଜ ଛାଡ କରାଯିବ ଏବଂ ରାଜ୍ୟ ସରକାର ଏହି ସବୁ ଚାର୍ଜ ପ୍ରଦାନ କରିବେ। ନିର୍ବାଚନ ବର୍ଷକୁ ଦେଖିଲେ ଏହା ଗେହଲୋଟ୍ ସରକାରଙ୍କ ଏକ ବଡ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି।

Get real time updates directly on you device, subscribe now.