fbpx
BJD SKY
BJD SKY

ମନ୍ତ୍ରୀଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ: ସରକାର ବିରୋଧୀ ବୟାନ ମହଙ୍ଗା ପଡ଼ିଲା

BJD

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ସରକାରୀ ବିରୋଧୀ ବୟାନ କାରଣରୁ ଜଣେ ମନ୍ତ୍ରୀଙ୍କୁ ବିଦା ହେବାକୁ ପଡ଼ିଛି । ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିବା ନେଇ ବୟାନ ଦେବା ଜଣେ ମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି । ରାଜସ୍ଥାନରୁ ଆସିଛି ଏଭଳି ଏକ ଖବର । ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଢାଙ୍କୁ ବରଖାସ୍ତ କରିଛନ୍ତି । ରାଜଭବନ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି ।

ଦୁଇଦିନ ତଳେ ମଣିପୁରରେ ହୋଇଥିବା ଲଜ୍ଜାଜନକ ଘଟଣାକୁ ନେଇ ସାରା ଦେଶର ମୁଣ୍ଡ ତଳକୁ ନଇଁ ଯାଉଛି । ଏଭଳି ସ୍ଥିତିରେ ମନ୍ତ୍ରୀ ରାଜେନ୍ଦ୍ର ସରକାର ବିରୋଧୀ ବୟାନ ଦେଇଥିଲେ । ସେ କହିଥିଲେ, ‘ଆମେ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଅସଫଳ ହୋଇଛୁ । ଏହା ସତ୍ୟ ଓ ଏହାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ । ତେଣୁ ମଣିପୁର ବଦଳରେ ଆମେ ନିଜକୁ ଦେଖିବା ଦରକାର । ରାଜସ୍ଥାନରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି ।’

ତେବେ ନିଜ ରାଜ୍ୟ ସରକାରଙ୍କ ବିରୋଧରେ ବୟାନ ଦେବା ମନ୍ତ୍ରୀ ଗୁଢାଙ୍କୁ ମହଙ୍ଗା ପଡ଼ିଛି । ଏହି ବିବାଦୀୟ ବୟାନ ଦେବା ପରେ ମନ୍ତ୍ରୀ ରାଜେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଦିଆଯାଇଛି । ନିଜ ସରକାରକୁ ଘେରିବାର କିଛି ଘଣ୍ଟା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ପାଇଁ ମୁଖ୍ୟମନ୍ତ୍ର ଗେହଲଟ ରାଜ୍ୟପାଳଙ୍କ ନିକଟରେ ସୁପାରିଶ କରିଥିଲେ । ଏହି ସୁପାରିଶକୁ ସଙ୍ଗେସଙ୍ଗେ ରାଜ୍ୟପାଳ ଗ୍ରହଣ କରିନେଇଥିଲେ । ରାଜଭବନ ପ୍ରବକ୍ତା ଏ ବାବଦରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.