ରାଜସ୍ଥାନ: ରାସ୍ତାରୁ ହଟାଅ ବୁଲା କୁକୁର। ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତି ପରେ ରାଜସ୍ଥାନ ହାଇାକୋର୍ଟ ମଧ୍ୟ ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୪ ମସିହାରେ କୁକୁର କାମୁଡ଼ିବାର ୩ ଲକ୍ଷରୁ ଅଧିକ ମାମଲା ଆସିଛି। ସେହିପରି ଚଳିତ ବର୍ଷ ମଧ୍ୟ କୁକୁର ଏବଂ ଅନ୍ୟ ପଶୁଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ମାମଲା ମଧ୍ୟ ସାମ୍ନାକୁ ଆସିଛି।
ଏହି ସମୟରେ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ହାଇକୋର୍ଟ ରାଜ୍ୟର ଏଜେନ୍ସିୟୋଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ରାସ୍ତା , ଗଳି, ସାର୍ବଜନୀନ ସ୍ଥାନରେ କୁକୁରଙ୍କୁ ହଟାଇବାକୁ ଦେଇଛନ୍ତି ନିର୍ଦ୍ଦେଶ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ରାସ୍ତାରୁ କୁକୁର ସହ ଅନ୍ୟ ପଶୁଙ୍କୁ ରାସ୍ତାରୁ ହଟାଇବାକୁ ବିଶେଷ ଅଭିଯାନ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ।
ଏହା ସହ କୋର୍ଟ କହିଛନ୍ତି କି ନଗର ନିଗମ ଅଧିକାରୀଙ୍କ କାମରେ ବାଧା ସୃଷ୍ଟି କରିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବ।
କୌଣସି ବ୍ୟକ୍ତି ଯଦି କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରନ୍ତି ତାଙ୍କ ବିରୋଧରେୂ ମାମଲା ରୁଜୁ ହେବ।
ହାଇକୋର୍ଟଙ୍କ ପକ୍ଷରୁ ଲୋକଙ୍କୁ ଅପିଲ
ଜଷ୍ଟିସ କୁଲଦୀପ ମାଥୁର ଏବଂ ଜଷ୍ଟିସ ରବି ଚିରାନୀୟାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି।
କୋର୍ଟ ପକ୍ଷରୁ ଜନତାଙ୍କ ଅପିଲ କରାଯାଇଛି ଯଦି କେହି ଧାର୍ମିକ ମାନ୍ୟତା ଏବଂ ପଶୁଙ୍କ ପ୍ରତି ଭଲ ପାଇବା କାରଣ ସେମାନଙ୍କର ଖାଇବା ପିଇବା ଏବଂ ଦେଖାରଖା କରୁଛନ୍ତି।
ତେବେ ନଗର ପାଳିକାର ନେତୃତ୍ୱରେ ଥିବା ସେଲଟର ହୋମ ଏବଂ ଗୋଶାଳରେ କରନ୍ତି।
୨୦୨୪ରେ କୁକୁର କାମୁଡ଼ିବାରୁ ୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା। ହେଲେ ଏହା କମିବା ବଦଳରେ ବଢ଼ିଚାଲିଛି।
ପ୍ରତିଦିନ କୁକୁର କାମୁଡ଼ା କିମ୍ବା ଅନ୍ୟ ପଶୁ କାମୁଡ଼ା ଖବର ସାମ୍ନାକୁ ଆସୁଛି। ଯାହା ଚିନ୍ତାର କାରଣ ପାଲଟିଛି।
୮ ସେପ୍ଟେମ୍ବରରେ ହେବ ପରବର୍ତ୍ତୀ ଶୁଣାଣୀ
ଏହି ମାମଲାରେ ଆଗାମୀ ଶୁଣାଣୀ ୮ ସେପ୍ଟେମ୍ବରରେ ହେବ। ଏହା ସହିତ ହାଇକୋର୍ଟ ନଗର ନିଗମର ଡଗ୍ ସେଲଟ. ଗୋଶାଳା ସ୍ଥିତି ଉପରେ ସମସ୍ତ ରିପୋର୍ଟ ଦାଖର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହିତ ସାଧାରଣ ନାଗରିକଙ୍କ ଅଭିଯୋଗ ପାଇଁ ଟେଲିଫୋନ, ଇମେଲ ଆଇଡି ସାର୍ବଜନିକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ ପକ୍ଷରୁ କୁହାଯାଇଛି ଯୋଧପୁର ଏମ୍ସ ଏବଂ ଜିଲ୍ଲା ନ୍ୟାୟଳୟ ପରିସରରୁ ବୁଲା କୁକୁରଙ୍କୁ ହଟାଇବାକୁ ପ୍ରଥମ ଦାୟିତ୍ୱ।
ସୁପ୍ରିମକୋର୍ଟ ବୁଲା କୁକୁରଙ୍କ ସମସ୍ୟାକୁ ଗମ୍ଭୀର କହିଥିଲେ
ଏହା ସହ ସୁପ୍ରିମକୋର୍ଟ ବୁଲା କୁକୁରଙ୍କ ମାମଲାକୁ ବହୁତ ଗମ୍ଭୀର କହିଛନ୍ତି। କୋର୍ଟ ଦିଲ୍ଲୀ ସରକାର ଏବଂ ନଗର ନିଗମର ସମସ୍ତ ଅଞ୍ଚଳରୁ ବୁଲା କୁକୁରଙ୍କୁ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହ ଏହି ଅଭିଯାନରେ ବାଧା ସୃଷ୍ଟି କରିବା ଲୋକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ବୋଲି ନିର୍ଦ୍ଦେଶ ଦେଇଛନ୍ତି।