fbpx

ଅଣ୍ଡରଗାର୍ମେଣ୍ଟ ସପ୍ଲାଏ କରୁଥିବା କମ୍ପାନୀର ଡାଟା ଚୋରୀ, ଇସଲାମିକ୍ ଦେଶକୁ ବିକ୍ରୀ ହୋଇଛି ୧୫ ଲକ୍ଷ ହିନ୍ଦୁ ଯୁବତୀଙ୍କ ଡାଟା

ଜୟପୁର: ରାଜସ୍ଥାନ ଜୟପୁରରୁ ଆସିଛି ଏକ ବଡ ଧରଣର ଚିନ୍ତାଜନକ ଖବର । ରାଜସ୍ଥାନର ଜଣେ ଧୂର୍ତ୍ତ ହ୍ୟାକର ମହିଳାଙ୍କୁ ଅନଲାଇନ୍ ରେ ଅଣ୍ଡରଗାର୍ମେଣ୍ଟ ସପ୍ଲାଏ କରୁଥିବା କମ୍ପାନୀର ସର୍ଭରକୁ ହ୍ୟାକ କରି ୧୫ ଲକ୍ଷ ହିନ୍ଦୁ ଯୁବତୀ ଓ ମହିଳାଙ୍କ ଡାଟା ଚୋରି କରି ନେଇଛି । କେବଳ ଚୋରୀ କରି ନାହିଁ ଦୁର୍ବୃତ୍ତ ଏହି ଡାଟା ଇସଲାମିକ୍ ଦେଶକୁ ବିକ୍ରୀ ମଧ୍ୟ କରି ଦେଇଛି । କମ୍ପାନୀର ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସଞ୍ଜୟ ସୋନୀକୁ ରାଜସ୍ଥାନର ଉଦୟପୁରରୁ ଗିରଫ କରିଛି । ଅଭିଯୁକ୍ତ ଡାଟା ଲିକ୍ କରିବା ନେଇ କମ୍ପାନୀକୁ ଦୀର୍ଘ ଦିନ ଧରି ଧମକ ଦେଇ ବ୍ଲାକମେଲ୍ କରି ଆସୁଥିଲା । କମ୍ପାନୀକୁ ବ୍ଲାକମେଲ୍ କରି ସେ ୧୫୦୦ ଡଲାର ହଡପ ବି କରି ନେଇଛି ।

କମ୍ପାନୀ ପକ୍ଷରୁ ଏହି ବିଷୟରେ ରାଜଧାନୀ ଜୟପୁରର ଏସଓଜି ଥାନାରେ କେସ୍ ରୁଜୁ କରାଯାଇଥିଲା । କେସ୍ ଅନୁଯାୟୀ ହ୍ୟାକର କମ୍ପାନୀ ସହ ଜଡିତଙ୍କ ମହିଳାଙ୍କ ପର୍ସନାଲ୍ ଡିଟେଲ ଯେପରିକି ନାମ, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ଜନ୍ମ ତାରିଖ ଓ ସାଇଜ୍ ସବୁକିଛି କପି କରି ନେଇଛି । ଗତ ୨୪ ଏପ୍ରିଲ୍ ରେ ହ୍ୟାକର ମେଲ୍ କରି କମ୍ପାନୀକୁ କହିଥିଲା ଯେ ସର୍ଭର ହ୍ୟାକ୍ କରି ମହିଳାଙ୍କ ଡାଟା ଚୋରି କରି ନେଇଛି ।
ଏହାପରେ ମେ’ ୧୬ ତାରିଖରେ କମ୍ପାନୀକୁ ହ୍ୟାସଟ୍ୟାଗ କରି ଏକ ଟୁଇଟ୍ କରାଯାଇଥିଲା କି ୧୫ ଲକ୍ଷ ହିନ୍ଦୁ ଯୁବତୀଙ୍କ ଡାଟା ଲିକ୍ ହୋଇଛି ଓ ଏହାକୁ ଇସଲାମିକ୍ ଦେଶକୁ ବିକ୍ରି କରାଯାଇଛି ।

୨୫ ମେ’ରେ ପୁନର୍ବାର ହ୍ୟାକର ଠାରୁ ଆସିଥିବା ଏକ ମେଲ୍ ର ରିଟୁଇଟ୍ କଲା କମ୍ପାନୀ । ପୁରା ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତତ୍କାଳ ଏହାର ଯାଞ୍ଚ ଆରମ୍ଭ କରିଥିଲା । ଏବେ ଅଭିଯୁକ୍ତକୁ ପଚରା ଉଚୁରା କରାଯାଉଛି । ଏହି ମାମଲା ସହ ଜଡିତ ଆହୁରି ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । ବିଭିନ୍ନ ଦିଗରୁ ପୋଲିସ ଏବେ ଏହି କେସ୍ କୁ ଯାଞ୍ଚ କରୁଛି । ତେବେ ରାଜସ୍ଥାନରେ ଏହା ପ୍ରଥମ ମାମଲା ଯେଉଁଠି କୌଣସି କମ୍ପାନୀର ଏତେ ସଂଖ୍ୟକ ଡାଟା ଏକ ସଙ୍ଗେ ଚୋରି ହୋଇ ଯାଇଛି ।

Get real time updates directly on you device, subscribe now.