fbpx

ସିଜିନର ସର୍ବାଧିକ ସ୍କୋର କଲା ରୟାଲ୍ସ: ସାମସନଙ୍କ ଦମଦାର ଅର୍ଦ୍ଧଶତକ

ନୂଆଦିଲ୍ଳୀ: ଆଇପିଏଲର ପଞ୍ଚମ ମୁକାବିଲାରେ ଚଳିତ ସିଜିନର ସର୍ବାଧିକ ସ୍କୋର ନିଜ ନାମରେ କରିଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଚଳିତ ସିଜିନରେ ଦ୍ୱିତୀୟ ଥର ପାଇଁ ୨୦୦ ରନ ପାର କରିଥିଲା । ନିର୍ଦ୍ଧାରିତ ଓିଭରରେ ଦଳ ୬ ୱିକେଟ ହରାଇ ୨୧୦ ରନ କରିଥିଲା । ଅଧିନାୟକ ସଞ୍ଜୁ ସାମସନମ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦେବଦତ୍ତ ପାଡିକଲ୍ ଏବଂ ସିମରନ୍ ହିଟମେୟର ଉପଯୋଗୀ ଅବଦାନ ଦେଇଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ(୨୦) ଏବଂ ଜୋସ ବଟଲର(୩୫) ୫୮ ରନ ଯୋଡିଥିଲେ । ବଟଲରଙ୍କ ଇନିଂସରେ ୩ଟି ଲେଖାଏଁ ଛକା ଓ ଚୌକା ସାମିଲ ଥିଲା । ଜୟସ୍ୱାଲଙ୍କ ୱିକେଟ ପତନ ପରେ କମାଣ ସମ୍ଭାଳିଥିଲେ ସଞ୍ଜୁ ସାମସନ । ସମ୍ମୁଖ ଭାଗରୁ ଆକ୍ରମଣ କରିବା ସହିତ ପଡିଆର ଚତୁର୍ଦିଗକୁ ସଟମାନ ମାରିଥିଲେ । ଦେବଦତ୍ତ ପାଡିକଲ(୪୧)ଙ୍କ ସହିତ ୭୩ ରନର ପାର୍ଟନରଶିପ୍ କରିଥିଲେ ସାମସନ୍ । ପାଡିକଲ ୨୯ଟି ବଲ୍ ଖେଳି ୪ଚୌକା ଓ ୨ ଛକା ସହିତ ୪୧ ରନ କରିଥିଲେ । ସାମସନ୍ ମାତ୍ର ୨୭ ବଲ ଖେଳି ୩ ଚୌକା ଓ ୫ ଛକା ସହିତ ୫୫ ରନ କରିଥିଲେ । ଶେଷ ଆଡକୁ ସିମରନ୍ ହିଟମେୟର ୧୩ ବଲରୁ ୩୨ ରନ କରିବାରୁ ଦଳ ୨୦୦ ରନ ପାର କରିଥିଲା । ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଓ ଉମ୍ରାନ ମଲିକ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.