ଗାର୍ଲପ୍ରେଣ୍ଡ ସହ ବିଷ ପିଇଦେଲେ ଋଷଭ ପନ୍ତଙ୍କ ଜୀବନ ବଞ୍ଚାଇଥିବା ରଜତ, ପ୍ରେମିକାର ମୃତ୍ୟୁ

ରଜତଙ୍କ ଗାର୍ଲଫ୍ରେଣ୍ଡଙ୍କର ମୃତ୍ୟୁ ଘଟିଛି । ଯିଏ ବଞ୍ଚାଇଥିଲେ ଋଷଭ ପନ୍ତଙ୍କ ଜୀବନ ।

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତଙ୍କୁ ସାହାଯ୍ୟ କରିଥିବା ରଜତ ନିଜେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ମିଡିଆ ରିପୋର୍ଟ ମୁତାବକ, ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ମିଶି ଜୀବନ ହାରିବା ପାଇଁ ଚେଷ୍ଟା କରିଥିଲେ ।

ଏହି ଦୁଇଜଣ ସାଙ୍ଗ ହୋଇ ବିଷ ପିଇଥିଲେ । ହେଲେ ଏହାପରେ ରଜତଙ୍କ ଗାର୍ଲଫ୍ରେଣ ମୃତ୍ୟୁବରଣ କରିଛି । ବର୍ତ୍ତମାନ ରଜତ ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ତାଙ୍କ ଗାର୍ଲଫ୍ରେଣ୍ଡର ମୃତ୍ୟୁ ପରେ ପ୍ରେମିକାର ମାଆ ରଜତଙ୍କ ନାମରେ ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇବାର ଏତଲା ଦେଇଛନ୍ତି ।

ଡାକ୍ତରଙ୍କ କହିବାନୁଯାୟୀ, ରଜତ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଭାରତୀୟ କ୍ରିକେଟର ଋଷଭ ପନ୍ତ ଡିସେମ୍ବର ୨୦୨୨ରେ ଦୁର୍ଘଟଣାର ଶିକାର ହୋଇଥିଲେ । ହେଲେ କାର ବ୍ଲାଷ୍ଟ ହେବା ପୂର୍ବରୁ ସେ ବାହାରକୁ ବାହାରି ଆସିଥିଲେ ।

ଋଷଭ ବାହାରେ ପଡିଥିବା ବେଳେ ସେହିସମୟରେ ରଜତ ତାଙ୍କ ସାଙ୍ଗଙ୍କ ମିଶି ପନ୍ତଙ୍କ ଜୀବନ ବଞ୍ଚାଇଥିଲେ । ଆମ୍ବୁଲାନ୍ସକୁ ଡାକି ହସ୍ପିଟାଲ ପଠାଇଥିଲେ ରଜତ ଏବଂ ତାଙ୍କ ସାଙ୍ଗ । ଏହି ସମୟରେ ରଜତ ଜାଣିନଥିଲେ ଯେ, ସେ ହେଉଛନ୍ତି ଭାରତୀୟ କ୍ରିକେଟର । ପରବର୍ତ୍ତୀ ମୁହୂର୍ତ୍ତରେ ପନ୍ତ ରଜତଙ୍କୁ ଭେଟି ଏକ ସ୍କୁଟି ଗିଫ୍ଟ ଦେବା ସହ ଧନ୍ୟବାଦ ଜଣାଇଥିଲେ ।