fbpx

ବଦଳିଲେ ଦେଶର ନିର୍ବାଚନ କମିଶନର, ଜାଣନ୍ତୁ କିଏ ହେଲେ ନୂଆ ମୁଖ୍ୟ ନିର୍ବାଚନ ଆୟୋଗ…

ନୂଆଦିଲ୍ଲୀ: ରାଜୀବ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଛି । ସେ ୧୫ ମେ ରେ କାର୍ଯ୍ୟଭାର ଗ୍ରହଣ କରିବେ । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜୀବ କୁମାର ୧୫ ମେ ୨୦୨୨ରେ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେବେ । ରାଜୀବ କୁମାର ସୁଶୀଲ ଚନ୍ଦ୍ରାଙ୍କ ସ୍ଥାନ ନେବେ । ମେ ୧୪ ରେ ସୁଶୀଲ ଚନ୍ଦ୍ରା ଅବସର ନେବେ ଏବଂ ମେ ୧୫ ରେ ରାଜୀବ କୁମାର ଦାୟିତ୍ୱ ନେବେ । ଏହା ସହ କେନ୍ଦ୍ରମନ୍ତ୍ରୀ ରାଜୀବ କୁମାର ଶୁଭେଚ୍ଛା ଜଣାଇଛନ୍ତି ।

ରାଜୀବ କୁମାର ୧୮୯୪ ବ୍ୟାଚର ଆଇଏଏସ ଅଫିସର । ୨୦୨୦ ଡିସେମ୍ବର ୧ ତାରିଖରେ ନିର୍ବାଚନ ଆୟୋଗରେ ନିର୍ବାଚନ ଆୟୋଗ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ । ନିର୍ବାଚନ ଆୟୋଗରେ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ରାଜୀବ କୁମାର ଲୋକ ଉଦ୍ୟମ ଚୟନ ବୋର୍ଡର ଅଧ୍ୟକ୍ଷ ରହିଥିଲେ । ସେ ଏପ୍ରିଲ ୨୦୨୦ରେ ଅଧ୍ୟକ୍ଷ ପିଇଏସବି ଭାବରେ ସାମିଲ ହୋଇଥିଲେ । ସେ ବିହାର/ଝାରଖଣ୍ଡ କ୍ୟାଡର ୧୯୮୪ ବ୍ୟାଚର ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀ ଏବଂ ଫେବୃଆରୀ ୨୦୨୦ରେ ଭାରତୀୟ ପ୍ରଶାସନିକ ସେବାରୁ ସେବାନିବୃତ ରହିଥିଲେ ।

Get real time updates directly on you device, subscribe now.