fbpx

ସେନାବାହିନୀର ମହିଳା କର୍ମଚାରୀମାନଙ୍କ ଲାଗି ବଢ଼ିଲା ମାତୃତ୍ୱକାଳୀନ ଛୁଟି ଅବଧି: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ସେନାବାହିନୀର ମହିଳା ସୈନିକ, ନାବିକ ଏବଂ ସଶସ୍ତ୍ରବାହିନୀର ମହିଳା ଯୋଦ୍ଧାମାନଙ୍କ ପାଇଁ ମାତୃତ୍ୱ, ଶିଶୁଯତ୍ନ ଏବଂ ପୋଷ୍ୟ ଶିଶୁ ଲାଳନପାଳନ ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂଆ ନିୟମ ଏହି ବର୍ଗର ମହିଳାମାନଙ୍କ କ୍ଷେତ୍ରରେ ଲାଗୁ କରାଯିବ । ମାତୃତ୍ୱ ଓ ଶିଶୁଯତ୍ନ ନିୟମ ବୃଦ୍ଧି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ଏହା ସେନାବାହିନୀର ସମସ୍ତ ସ୍ତରର ମହିଳା ଅଧିକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ । ଶ୍ରୀ ସିଂ କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପ ଚାକିରି କରୁଥିବା ମହିଳାଙ୍କର ମାତୃତ୍ୱକାଳୀନ ଛୁଟି ଅବଧି ବୃଦ୍ଧି ସେମାନଙ୍କର ବୃତ୍ତିଗତ ତଥା ପାରିବାରିକ ଜୀବନରେ ସନ୍ତୁଳନ ଆଣିବ । ଦେଶର ୩ବାହିନୀରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରି ଭାରତୀୟ ସେନା ଏକ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ୨୦୧୯ ମସିହାଠାରୁ ଭାରତୀୟ ସେନାରେ ମହିଳା ସୈନିକ, ନାବିକ ଏବଂ ସଶସ୍ତ୍ରବାହିନୀରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।

Get real time updates directly on you device, subscribe now.