fbpx

ରକ୍ଷାବନ୍ଧନ ପରେ କେବେ ଖୋଲିଦେବା ଉଚିତ ରାକ୍ଷୀ, କିପରି ଏହାର ବିସର୍ଜନ କରିବା ଉଚିତ, କ’ଣ କହୁଛନ୍ତି ଜ୍ୟୋତିଷାଚାର୍ଯ୍ୟ ଆସନ୍ତୁ ଜାଣିବା

ଆଉ ମାତ୍ର କିଛିଦିନ ପରେ ଅର୍ଥାତ୍ ଅଗଷ୍ଟ ୩୦ ତାରିଖରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା । ଏହିଦିନଟିକୁ ସବୁ ଭଉଣୀମାନେ ବେଶ୍ ଉତ୍ସାହର ସହ ଚାହିଁ ବସିଥାନ୍ତି । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ପ୍ରେମର ପ୍ରତୀକ । କିଛି ଲୋକ ରକ୍ଷାବନ୍ଧନର ରାକ୍ଷୀକୁ ପୁରା ବର୍ଷସାରା ହାତରେ ପିନ୍ଧି ରଖିଥାନ୍ତି ତ ଆଉ କିଛି ଲୋକ ରାକ୍ଷୀର ପରବର୍ତ୍ତୀ ଦିନ ହିଁ ଏହାକୁ ଖୋଲି ଦେଇଥାନ୍ତି । ତେବେ ଆପଣଙ୍କ ମନ ମଧ୍ୟରେ ନିଶ୍ଚୟ ପ୍ରଶ୍ନ ଉଠିଥିବ ଯେ, ରାକ୍ଷୀକୁ ପ୍ରକୃତରେ କେତେ ସମୟ ପର୍ଯ୍ୟନ୍ତ ପିନ୍ଧାଯାଇପାରିବ ।

ଅର୍ଥାତ ରାକ୍ଷୀକୁ କେବେ ହାତରୁ ଖୋଲି ଦେବା ଉଚିତ ଓ ରାକ୍ଷୀ ଖୋଲିବାର ଉପଯୁକ୍ତ ସମୟ କ’ଣ ? ଆଜି ଆମେ ଆସନ୍ତୁ ଜାଣିବା ରାକ୍ଷୀ କେବେ ଖୋଲିବା ଓ ଏହାକୁ କେଉଁଠାରେ ବିସର୍ଜନ କରିବା ।
କାଶୀର ଜଣେ ଜ୍ୟୋତିଷାଚାର୍ଯ୍ୟ ଚକ୍ରପାଣି ଭଟ୍ଟଙ୍କ ମତରେ ରାକ୍ଷୀ ଖୋଲିବାର କୌଣସି ନିର୍ଦ୍ଧାରିତ ଦିନ କିମ୍ବା ସମୟ ଧାର୍ଯ୍ୟ କରାଯାଇନାହିଁ । ରକ୍ଷାବନ୍ଧନ ପରେ ରାକ୍ଷୀକୁ ୨୪ ଘଣ୍ଟା ପରେ ଖୋଲିଦେବା ଉଚିତ । ରାକ୍ଷୀକୁ ପୁରା ବର୍ଷ ବାନ୍ଧି ରଖିବା ଅନୁଚିତ ।

ଯଦି ଆପଣ ପୁରା ବର୍ଷ ରାକ୍ଷୀକୁ ହାତରେ ବାନ୍ଧି ରଖିବେ ତେବେ ବହୁ ଦୋଷ ଲାଗିବ । ଏହା ଅଶୁଦ୍ଧ ହୋଇଯାଏ । ରାକ୍ଷୀର କିଛିଦିନ ପରେ ପିତୃପକ୍ଷ ଆରମ୍ଭ ହୋଇଯାଏ । ଏହି ସମୟରେ ରାକ୍ଷୀ ପିନ୍ଧି ରଖିବା ଦ୍ୱାରା ଏହା ଅଶୁଦ୍ଧ ହୋଇଯାଏ । ଅଶୁଦ୍ଧ ବସ୍ତୁକୁ ଧାରଣ କରାଯାଏ ନାହିଁ । ଏହାକୁ ତ୍ୟାଗ କରିଦେବା ଉଚିତ । ଏହାକୁ ଧାରଣ କରିବା ଦ୍ୱାରା ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

ରକ୍ଷା ବନ୍ଧନର ୨୪ ଘଣ୍ଟା ପରେ ରାକ୍ଷୀକୁ ଆପଣ ଖୋଲିଦେଇ ବିସର୍ଜନ କରି ଦିଅନ୍ତୁ । ବିସର୍ଜନ କରିଦେବା ଅର୍ଥ ତାହାକୁ କୌଣସି ଗଛରେ ବାନ୍ଧି ଦିଅନ୍ତୁ କିମ୍ବା ସାଇତି କରି ରଖିପାରନ୍ତି । ଜ୍ୟୋତିଷାଚାର୍ଯ୍ୟ କହିଛନ୍ତି ରକ୍ଷାବନ୍ଧନର ସମ୍ବନ୍ଧ ରକ୍ଷାସୂତ୍ର ସହ ରହିଛି । ରକ୍ଷାସୂତ୍ର ସୂତା କିମ୍ବା କପଡାରେ ତିଆରି ହୋଇଥାଏ । କିନ୍ତୁ ଯେଉଁମାନେ ସୁନା କିମ୍ବା ରୂପାର ରାକ୍ଷୀ ପିନ୍ଧୁଛନ୍ତି ସେମାନେ ଏହାକୁ ବର୍ଷସାରା ଧାରଣ କରିପାରିବେ । କାରଣ ଏହା ଫ୍ୟାଶନ ଓ ସଂପନ୍ନତାକୁ ଦର୍ଶାଇଥାଏ ।

Get real time updates directly on you device, subscribe now.