ପହଲଗାମ ହମଲା, “ପାକିସ୍ତାନ ଯିବନି ସୀମା ହାଇଦର, ସେ ପାକିସ୍ତାନୀ ନୁହେଁ ହିନ୍ଦୁ ବୋହୂ”!
ସୀମା ହାଇଦରଙ୍କ ସପକ୍ଷରେ ସରକାରଙ୍କୁ ନିବେଦନ କଲେ ରାକ୍ଷୀ ସାଓ୍ୱନ୍ତ।
ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଚିନ୍ତାରେ ପଡିଛନ୍ତି ଭାରତରେ ରହୁଥିବା ପାକିସ୍ତାନୀ ନାଗରିକ। କାରଣ ନିରୀହ ହିନ୍ଦୁ ମାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ, ଏବଂ ଏହି ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ଜାଣିବା ପରେ ୪୮ ଘଣ୍ଟା ମଧ୍ୟରେ ସମସ୍ତ ପାକିସ୍ତାନୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଉ ଏହାରି ଭିତରେ ପୁଣି ଚର୍ଚ୍ଚାକୁ ଆସିଛି ପାକିସ୍ତାନି ବଂଶୋଦ୍ଭବ ସୀମା ହାଇଦର। ଯିଏକି ୨୦୨୩ ମସିହାରେ ଅବୈଧ ଭାବରେ ଭାରତ ଆସିଥିଲେ ଏବଂ ଗ୍ରେଟର ନୋଏଡାର ରବୁପୁରାର ବାସିନ୍ଦା ସଚିନ ମୀନାଙ୍କୁ ବିବାହ କରିଥିଲେ। ତାଙ୍କୁ ଏବେ ପାକିସ୍ତାନ ଯିବାକୁ ପଡିବ। ହେଲେ ରୋଚକ କଥା ଏହା କି ସୀମାଙ୍କ ସପକ୍ଷରେ ବାହାରିଛନ୍ତି ରାକ୍ଷୀ ସାଓ୍ୱନ୍ତ।
ସୀମାଙ୍କ ସପକ୍ଷରେ ରାକ୍ଷୀ: ଭାରତତେ ଏବେ ବହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତାତି ଥିବାବେଳେ ସେ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଭାରତ ସରକାର ଦେଇଥିବା ୪୮ ଘଣ୍ଟା ସରିବାକୁ ବସିଲାଣି। ତେଣୁ ଚିନ୍ତାରେ ପଡିଛନ୍ତି ସୀମା।
ସେ କ’ଣ କରିବେ। କିପରି ପାକିସ୍ତାନକୁ ଯିବେ। ସେଇ ଚିନ୍ତାରେ ଥିବା ବେଳେ, ତାଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ରାଖୀ ସାଓ୍ୱନ୍ତ। ସୀମା ହାଇଦରଙ୍କ ସମର୍ଥନରେ ସରକାରଙ୍କୁ ଏକ ଭାବପ୍ରବଣ ଅନୁରୋଧ ମଧ୍ୟ କରିଛନ୍ତି ରାଖୀ।
ମୁସଲମାନ ନୁହେଁ ସୀମା ହିନ୍ଦୁ: ଶୁକ୍ରବାର ସନ୍ଧ୍ୟାରେ ରାଖୀ ତାଙ୍କ ଅଫିସିଆଲ୍ ଇନ୍ ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରେ ଏକ ଲମ୍ବା ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ସୀମାଙ୍କୁ ପାକିସ୍ତାନ ଫେରାଇ ନ ପଠାଇବାର କାରଣ ଦର୍ଶାଇଛନ୍ତି।
ସେ ହିନ୍ଦୀରେ କହିଛନ୍ତି, “ସୀମା ହାଇଦରଙ୍କୁ ପାକିସ୍ତାନ ପଠାଇବା ଉଚିତ୍ ନୁହେଁ, କାରଣ ସେ ଏବେ ଭାରତର ବୋହୂ। ସେ ସଚିନଙ୍କ ପତ୍ନୀ ଏବଂ ତାଙ୍କ ପିଲାମାନଙ୍କର ମାଆ ମଧ୍ୟ।
ଭାରତ ସୀମା ହାଇଦରଙ୍କୁ ପାକିସ୍ତାନ ପଠାଇବା ଉଚିତ୍ ନୁହେଁ। ସେ ସଚିନଙ୍କୁ ଭଲ ପାଆନ୍ତି, ଏବଂ ସେ ଜଣେ ଭାରତୀୟ ହୋଇଛନ୍ତି କାରଣ ସେ ସଚିନଙ୍କ ପିଲାର ମାଆ ହୋଇଛନ୍ତି।
ଏପରି ମହିଳାଙ୍କ ପ୍ରତି ଅନ୍ୟାୟ କରିବା ଉଚିତ୍ ନୁହେଁ। ଏବେ ସେ ଭାରତର ବୋହୂ। ତେଣୁ, ଆପଣ ସୀମା ହାଇଦରଙ୍କ ସହିତ ଏପରି ଭୁଲ୍ କାମ କରିପାରିବେ ନାହିଁ, ଖରାପ ବ୍ୟବହାର କରିପାରିବେ ନାହିଁ। ମହିଳାଙ୍କୁ ସମ୍ମାନ କରିବା ଉଚିତ୍। ସେ ସଚିନଙ୍କ ପତ୍ନୀ ଏବଂ ଭାରତର ବୋହୂ।”
ରାଖୀ ଆହୁରି କହିଛନ୍ତି, “ସେ ୟୁପିର ବୋହୂ, ତେଣୁ ତାଙ୍କୁ ଭାରତ ଛାଡିବାକୁ କୁହାଯିବା ଉଚିତ୍ ନୁହେଁ ଏବଂ ପାକିସ୍ତାନ ପଠାଯିବା ଉଚିତ୍ ନୁହେଁ। ତୁମେମାନେ ବୁଝିପାରୁଛ କି? ତେଣୁ ଅନ୍ୟାୟ କର ନାହିଁ। ଆମେ ଜାଣିନାହୁଁ କିଏ ଷଡ଼ଯନ୍ତ୍ର କରୁଛି, କେବଳ ଭଗବାନ ଜାଣନ୍ତି। କିନ୍ତୁ ନିର୍ଦ୍ଦୋଷ ଲୋକଙ୍କ ପ୍ରତି ଅନ୍ୟାୟ କରିବା ଉଚିତ୍ ନୁହେଁ।
ସେ ପାକିସ୍ତାନୀ, ମୁଁ ସହମତ, ଆଜି ସେ ଭାରତର ବୋହୂ, ଏବଂ ସଚିନଙ୍କ ସହ ବିବାହ କରିବା ପରେ ସେ ହିନ୍ଦୁ ହୋଇଯାଇଛନ୍ତି। ସେ ଭାରତ ସପକ୍ଷରେ ସ୍ଲୋଗାନ ମଧ୍ୟ ଦିଅନ୍ତି, ଏବଂ ସେ ମଧ୍ୟ ଏକ ଶିଶୁ ପରି।
ତାଙ୍କୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପଠାଯିବା ଉଚିତ୍ ନୁହେଁ, ଜଣେ ମହିଳା ହୋଇ, ଫୁଟବଲ୍ ନୁହେଁ, ଯେ ତୁମେ ତାଙ୍କୁ ବାହାର କରିଦିଅ। ଏହା ମୋର ଅନୁରୋଧ।”
ପାକିସ୍ତାନୀମାନଙ୍କ ଭିସା ରଦ୍ଦ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନୀ ନାଗରିକମାନଙ୍କ ପାଇଁ ତୁରନ୍ତ ଭିସା ସେବା ସ୍ଥଗିତ କରିଛି। ପାକିସ୍ତାନ ସହିତ କୂଟନୈତିକ ସମ୍ପର୍କ ହ୍ରାସ କରିବା ପରେ ଏହି ପଦକ୍ଷେପ ନିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ରମଣ ପଛରେ ଥିବା ଲୋକଙ୍କୁ, ସେମାନଙ୍କ ସମର୍ଥକମାନଙ୍କୁ ଖୋଜିବା ଏବଂ ଦଣ୍ଡ ଦେବା ପାଇଁ ପ୍ରତିଶ୍ରୁତି ଦେବାର କିଛି ଘଣ୍ଟା ପରେ ଏହା ଆସିଛି।