fbpx
BSKY SKY
BSKY SKY

୨୦୦ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ଦୁର୍ଲଭ ସଂଯୋଗ: ଏହି ଶୁଭ ମୂହୁର୍ତ୍ତରେ ବାନ୍ଧନ୍ତୁ ରାକ୍ଷୀ

BSKY

ଆଜି ହେଉଛି ପ୍ରବିତ୍ର ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମା ତିଥିରେ ରାକ୍ଷୀ ପୂର୍ଣ୍ଣିମା ପଡିଥାଏ । ଏହି ଦିନ ଭଉଣୀ ସ୍ନେହ ଓ ଭଲପାଇବାର ଡୋରୀ ଭାଇ ହାତରେ ବାନ୍ଧି ତାର ମଙ୍ଗଳ କାମନା କରିଥାଏ ।ତେବେ ଚଳିତ ବର୍ଷ ଅଗଷ୍ଟ୧୧ ତାରିଖ ଅର୍ଥାତ ଆଜି ହେଉଛି ସେହି ଭାଇ- ଭଉଣୀଙ୍କ ନିଆରା ଭଲପାଇବା ଓ ସ୍ନେହର ପର୍ବ ରାକ୍ଷୀ । ଏହି ପର୍ବ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ବହୁତ ଖାସ ହୋଇଥାଏ । ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ଏକ ମହାସଂଯୋଗ । ଯାହାକି ଦୀର୍ଘ ୨୦୦ ବର୍ଷ ପରେ ଦେଖିବାକୁ ମିଳୁଛି ।

୨୦୦ ବର୍ଷପରେ ହେଉଛି ଏହି ମହାସଂଯୋଗ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣମାରେ ଗ୍ରହମାନଙ୍କର ଏକ ବିଶେଷ ସଂଯୋଗ ହେଉଛି । ଗୁରୁଦେବ ବୃହସ୍ପତି ଓ ଗ୍ରହମାନଙ୍କର ସେନାପତି ଶନି ବକ୍ର ଅବସ୍ଥାରେ ନିଜ ନିଜ ରାଶିରେ ବିରାଜମାନ ରହିବେ । ଯେଉଁ କାରଣରୁ ଆୟୁଷ୍ମାନ, ସୌଭାଗ୍ୟ ଏବଂ ତେଜସ୍ୱି ଯୋଗ ରହୁଛି । ତେବେ ଗ୍ରହମାନଙ୍କର ଏପରି ଅପୂର୍ବ ସଂଯୋଗ ପାଖାପାଖି ୨୦୦ ବର୍ଷପରେ ପଡୁଛି । ତେବେ ଆଜି ଦିନର କିଛି ବିଶେଷ ମହତ୍ତ୍ୱ ରହୁଛି । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି ରାକ୍ଷୀ ବାନ୍ଧିବାର କିଛି ଶୁଭ ମୂହୁର୍ତ୍ତ ରହିଛି ।

କେଉଁ ସମୟରେ ବାନ୍ଧିବେ ରାକ୍ଷୀ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି ସକାଳ ୧୦.୩୯ ଠାରୁ ଏହି ଶୁଭ ମୂହୁର୍ତ୍ତ ଆରମ୍ଭ ହୋଇ ସଂନ୍ଧ୍ୟା ୮.୫୨ ପର୍ଯ୍ୟନ୍ତ ରହୁଛି । ଏହି ସମୟରେ ରାକ୍ଷୀ ବାନ୍ଧିବା ପାଇଁ ଶୁଭ ହୋଇଥାଏ ।

Get real time updates directly on you device, subscribe now.