(Video) ଅଭିନୟ ଛାଡ଼ି ସତ ସତିକା ଲଢ଼ିଲେ ଦୁଇ କଳାକାର! ରାମଲୀଳା ମଞ୍ଚରେ ରାମଙ୍କୁ ଧକ୍କାଦେଲେ ରାବଣ, ତଳେ ପଡ଼ିଗଲେ ରାମ

ନୂଆଦିଲ୍ଲୀ: ଅକ୍ଟୋବର ୧୩ ତାରିଖରେ ପବିତ୍ର ବିଜୟାଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନେକ ସ୍ଥାନରେ ରାମଲୀଳା ମଧ୍ୟ ମଞ୍ଚସ୍ଥ ହୋଇଥିଲା । ତେବେ ମଞ୍ଚରେ ନାଟକ ମଞ୍ଚସ୍ଥ ହେଉଥିବା ଘଟିଥିଲା ଏକ ବଡ଼ ଅଘଟଣ । ଅଭିନୟ ଏକ ବଡ଼ ଝଗଡ଼ାର ରୂପ ନେଇଥିଲା ଆଉ ରାମ-ରାମ ଭୂମିକାରେ ଅଭିନୟ କରୁଥିବା ଦୁଇ କଳାକାର ପରସ୍ପର ସହ ଲଢ଼େଇରେ ମାତିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ମୁତାବକ, ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଖବର । ଅମରୋହାରେ ରାମଲୀଳା ମଞ୍ଚସ୍ଥ ହେଉଥିବା ସମୟରେ ଅଚାନକ ରାମ ଓ ରାବଣ ଭୂମିକାରେ ଅଭିନୟ କରୁଥିବା ଦୁଇ କଳାକର ପରସ୍ପର ସହ ଲଢ଼େଇ କରିବା ଆରମ୍ଭ କରିଦେଇଥିଲେ । ମଞ୍ଚରେ ରାମ, ଲକ୍ଷ୍ମଣ ଓ ରାବଣଙ୍କ ମଧ୍ୟରେ ମହାସଂଗ୍ରାମ ଚାଲିଥିବା ବେଳେ ଅଚାନକ ରାମଙ୍କୁ ଧକ୍କା ଦେଇଥିଲେ ରାବଣ । ଏହାପରେ ରାମ ତଳେ ପଡ଼ିଯିବା ପରେ ରାମ ଓ ରାବଣ କଳାକାରଙ୍କ ମଧ୍ୟରେ ସତସତିକା ଲଢ଼େଇ ଦେଖିବାକୁ ମିଳିଥିଲା । ଏପରିକି ଦୁଇ କଳାକାରଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ଦେଖିବାକୁ ମିଳିଥିଲା ।

ଏହି ଝଗଡ଼ା ଦେଖି ମଞ୍ଚ ତଳେ ନାଟକ ଦେଖୁଥିବା ଦର୍ଶକମାନେ ମଞ୍ଚକୁ ଯାଇ ଦୁହିଁଙ୍କୁ କୌଣସି ପ୍ରକାରେ ଶାନ୍ତ କରାଇଥିଲେ । ଏହାପରେ ଶ୍ରୀରାମ କଳାକାର ନିଜର ଡ୍ରୋସ ଖୋଲି, ମେକ୍ ଅପ୍ ହଟାଇ ସେଠାରୁ ଚାଲିଯାଇଥିଲେ । ବିଳମ୍ବିତ ରାତିରେ କୌଣସି ପ୍ରକାରେ ରାବଣ ଯୁଦ୍ଧ ମଞ୍ଚସ୍ଥ କରାଯାଇଥିଲା । ଏହି ଘଟଣାକୁ ନେଇ ଗ୍ରାମ ପଞ୍ଚାୟତରେ ଆଲୋଚନା ହୋଇଥିଲା । ମାତ୍ର ସେତେବେଳକୁ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇସାରିଥିଲା । ତେବେ ଏହି ଘଟଣାକୁ ନେଇ ରାବଣ କଳାକାର କହିଛନ୍ତି, ଆମ ଭିତରେ କୌଣସି ମତଭେଦ ନଥିଲା । ଆମେ ଗତ କିଛିଦିନ ହେଲା ଏକତ୍ର କାମ କରିଆସିଛୁ । ସ୍ମୁଥ କାର୍ପେଟ କାରଣରୁ ରାମଙ୍କ ପାଦ ଖସିଯାଇଥିଲା । ରାମ ଓ ରାବଣଙ୍କ ଧନୁ ପରସ୍ପର ସହ ଫସିଯାଇଥିଲା । ମାତ୍ର କିଛି ଲୋକ ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲେ ।

Get real time updates directly on you device, subscribe now.